Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ

Ritu Das
Browse all articles by Ritu Das
·1 year ago·1 min read
ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ

Key Points

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ

ହୃଦଘାତରେ ଶ୍ରୀକାନ୍ତ ଦାସଙ୍କ 79 ବର୍ଷ ବୟସରେ ପରଲୋକ

ଗତକାଲି ରାତି ୯ଟାରେ ତାଙ୍କ କଟକ ଶେଖବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି

ବାଟ ଛାଡ଼ ଆସୁଛି ଦଶରା ବଜାର ମେଢ଼....ଲୋ ଲବିନା ଟିକେ ପଛକୁ ଅନା, ଆକାଶର ବୁକୁ ଚିରି.... ଗାଡ଼ି ଗଡ଼ି ଗଡ଼ିଯା....ଘଟଗାଁକୁ ଭଳି ଲୋକପ୍ରିୟ ଗୀତର କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ (୭୯)ଙ୍କର ପରଲୋକ ହୋଇଛି। ହୃଦଘାତରେ ଓଡ଼ିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ 79 ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ରାତି ୯ଟାରେ ତାଙ୍କ କଟକ ଶେଖବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି। ଶେଷ ଶଯ୍ୟା ନିକଟରେ ପୁଅ ଗୁରୁପଦ ଦାସ, ବୋହୂ ନିବେଦିତା ଦାସ, ଝିଅ ଭକ୍ତିଲତା ଦାସ, ଜ୍ବାଇଁ ସାନସନ ରାଉଳ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ। ଆଜି ସୀତୀଚଉରାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।


କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିଆ ଗ୍ରାମରେ ୧୯୪୬ ମସିହା ମେ' ୧୬ ତାରିଖରେ ପିତା ସ୍ବର୍ଗତ ଚୈତନ୍ୟ ଦାସ ଓ ମାତା ସୁନ୍ଦରୀ ଦେବୀଙ୍କ ପୁତ୍ର ଥିଲେ ଶ୍ରୀକାନ୍ତ। ସେ ରେଭେନ୍‌ସା କଲିଜିଏଟ ସ୍କୁଲ ଓ ଷ୍ଟିଓ୍ବାର୍ଟ ସାଇନ୍ସ କଲେଜ, ଏମଏସ ଲ' କଲେଜରେ ପାଠ ପଢ଼ିଥିଲେ। ୧୯୭୩ ମସିହାରୁ ୨୦୦୬ ପର୍ଯ୍ୟନ୍ତ ୟୁକୋ ବ୍ୟାଙ୍କରେ ଚାକିରି କରିଥିଲେ। କିନ୍ତୁ ତାଙ୍କର ନିଶା ଥିଲା ସଙ୍ଗୀତ। ଗୁରୁ ଅକ୍ଷୟ ମହାନ୍ତି, ଶାସ୍ତ୍ରୀୟ ଗୁରୁ ଆଦି ନାରାୟଣ ରାଓ ପ୍ରମୁଖଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରାଖଲ ଚନ୍ଦ୍ର ମହାନ୍ତି ଓ ସ୍ବରୂପ ନାୟକଙ୍କ ପ୍ରେରଣାରେ ଏକାଧିକ ଫିଲ୍ମର ପ୍ରଚ୍ଛଦପଟ ଗାୟକ ହିସାବରେ ସେ କଣ୍ଠଦାନ କରିଥିଲେ। ତାଙ୍କ ମୃତ୍ୟୁରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
prominent-singer-srikant-das-passes-away | Argus News