Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାତ ଦିନ ଭିତରେ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି

Odisha

ସାତ ଦିନ ଭିତରେ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି

Rashmita Mishra
Browse all articles by Rashmita Mishra
·1 year ago·1 min read
ସାତ ଦିନ ଭିତରେ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି

Key Points

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ
ସାତ ଦିନ ଭିତରେ ସମସ୍ୟାର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। କଟକ ଖାନନଗର ଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନୂତନ ଡ୍ରେନ ଘରଠାରୁ ୧୦ ଫୁଟ ଉଚ୍ଚର ନିର୍ମାଣ ପରେ ବୃଦ୍ଧ ଝରି ବେହେରା ଘରୁ ବାହାରି ପାରୁନଥିଲେ। ଫଳରେ ପରିବାର ସଦସ୍ୟଙ୍କ ସହ ଗାଈଗୋରୁ ମଧ୍ୟ ଏକ ପ୍ରକାରର ବନ୍ଦୀ ହୋଇ ରହିଥିଲେ।

ଏନେଇ ଖବର ଅର୍ଗସରେ ପ୍ରସାରଣ ହେବା ପରେ ଆଜି ସିଏମସି ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହ ପୂର୍ତ୍ତ ବିଭାଗର ଅଧିକାରୀ, ସିଏମସିର ଯନ୍ତ୍ରୀ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଘରୁ ବାହାରି ପାଇଁ ତୁରନ୍ତ ଏକ ସ୍ଥାୟୀ ପାହାଚର ବ୍ୟବସ୍ଥା କରିବା ସହ ଏକ ରାସ୍ତା ମଧ୍ୟ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ସାତ ଦିନ ଭିତରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ମେୟର କହିଛନ୍ତି।

ଖାନାଗର ରିଙ୍ଗ ବନ୍ଦ ରାସ୍ତାକୁ ୬ ଲେନ। ନେତାଜୀ ବସ ଟର୍ମିନାଲଠାରୁ ଖାନାଗର ରେଳ ଲାଇନ ପର୍ଯ୍ୟନ୍ତ ନୂତନ ଡ୍ରେନ ନିର୍ମାଣ କରୁଛି ପୂର୍ତ୍ତ ବିଭାଗ। ହେଲେ ନିର୍ମାଣ ବେଳେ ଝରି ବେହେରାଙ୍କ ସମସ୍ୟା ପ୍ରତି ଆଖି ବୁଜିଦେଇ ଘରଠାରୁ ଦଶ ଫୁଟ ଉପରେ ଡ୍ରେନ ନିର୍ମାଣ କରିଥିଲା ବିଭାଗ। ଫଳରେ ଗତ ଛଅ ମାସ ହେବ ଘରୁ ବାହାରି ପାରୁନଥିଲେ ଝରି ବେହେରାଙ୍କ ପରିବାର ଲୋକେ।


ଏନେଇ ସେ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ କହିଥିଲେ ବି କେହି ଶୁଣିନଥିଲେ। ଝରି ବେହେରାଙ୍କ ସମସ୍ୟା ସମ୍ପର୍କରେ ଗତ ରବିବାର ଅର୍ଗସରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଅର୍ଗସ ନ୍ୟୁଜକୁ ଝରି ବେହେରା ଧନ୍ୟବାଦ ଦେବା ସହିତ ଖୁବ ଶୀଘ୍ର ତାଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
promise-to-resolve-the-issue-within-seven-days | Argus News