ଉତ୍ତରପ୍ରଦେଶ ଢାଞ୍ଚାରେ ଓଡ଼ିଶାରେ ଗ୍ୟାଙ୍ଗଷ୍ଟର ଆଇନ ଆଣିବାକୁ ପ୍ରସ୍ତାବ

Key Points
ଓଡ଼ିଶାରେ ଗ୍ୟାଙ୍ଗଷ୍ଟର ଆଇନ ଆଣିବାକୁ ପ୍ରସ୍ତାବ
ଉତ୍ତରପ୍ରଦେଶ ଢାଞ୍ଚାରେ ଓଡ଼ିଶାରେ ଗ୍ୟାଙ୍ଗଷ୍ଟର ଆଇନ ଆଣିବାକୁ ପ୍ରସ୍ତାବ
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲେ ଉପବାଚସ୍ପତି ଭବାନୀଶଙ୍କର ଭୋଇ
ସଂଘବଦ୍ଧ ଅପରାଧ ଓ ଗ୍ୟାଙ୍ଗ ଅପରେସନ ରୋକିବା ଲାଗି ଆଇନ୍ ଆଣିବାକୁ ପ୍ରସ୍ତାବ
ଉତ୍ତରପ୍ରଦେଶ ଢାଞ୍ଚାରେ ଓଡ଼ିଶାରେ ଗ୍ୟାଙ୍ଗଷ୍ଟର ଆଇନ ଆଣିବାକୁ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲେ ଉପବାଚସ୍ପତି ଭବାନୀଶଙ୍କର ଭୋଇ । ସଂଘବଦ୍ଧ ଅପରାଧ ଓ ଗ୍ୟାଙ୍ଗ ଅପରେସନ ରୋକିବା ଲାଗି ଆଇନ୍ ଆଣିବାକୁ ପ୍ରସ୍ତାବ । ୟୁପିରେ ଆଛି ଗ୍ୟାଙ୍ଗଷ୍ଟର ଓ ଆଣ୍ଟି ସୋସିଆଲ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟ (୧୯୮୬) । ରାଜ୍ୟରେ ବଢୁଥିବା ଅପରାଧ ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନ ଆଣିବାକୁ ପ୍ରସ୍ତାବ ।
୨୦୨୧ରେ ଯୋଗୀ ସରକାର ଗ୍ୟାଙ୍ଗଷ୍ଟର ଓ ଆଣ୍ଟି ସୋସିଆଲ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟ ୧୯୮୬ରେ ସଂଶୋଧନ ଆଣିଥିଲେ। ପୂର୍ବ ଆଇନରେ ଗ୍ୟାଙ୍ଗଷ୍ଟର ଅଧିନିୟମରେ ଗିରଫ ବ୍ୟକ୍ତିର ସମ୍ପତ୍ତି ଜବତ କରିବା ବ୍ୟବସ୍ଥା ବୈକଳ୍ପିକ ଥିଲା । ଆଉ ଏହି ମାମଲା ଅନୁଯାୟୀ ଭିନ୍ନ ଭିନ୍ନ ଫୈସଲା ନିଆଯିବର ବ୍ୟବସ୍ଥା ଥିଲା । କିନ୍ତୁ ୟୁପି ସରକାର ଏହାର ସଂଶୋଧନ କରି ସମ୍ପତ୍ତି ଜବତକୁ ଜରୁରୀ କରିଥିଲେ । ନୂଆ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଅପରାଧରେ ସଂପୃକ୍ତ ଥିଲେ ବି ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।