Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଟ୍ରୋ ନୀତି 2017ର ବ୍ୟବସ୍ଥା ଅନୁଯାୟୀ ଯୋଜନା, ଭୁବନେଶ୍ୱର ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ମେଟ୍ରୋ ନୀତି 2017ର ବ୍ୟବସ୍ଥା ଅନୁଯାୟୀ ଯୋଜନା, ଭୁବନେଶ୍ୱର ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ

Key Points

ଭୁବନେଶ୍ୱର ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ

ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାରଙ୍କୁ

ମେଟ୍ରୋ ନୀତି 2017ର ବ୍ୟବସ୍ଥା ଅନୁଯାୟୀ ଯୋଜନା କରାଯାଇଛି

ଭୁବନେଶ୍ୱର ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ରାଜ୍ୟ ସରକାର। ମେଟ୍ରୋ ନୀତି 2017ର ବ୍ୟବସ୍ଥା ଅନୁଯାୟୀ ଯୋଜନା କରାଯାଇଛି। କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରୀ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ତୋଖାନ ସାହୁ ରାଜ୍ୟସଭାରେ ଉତ୍ତର ରଖି କହିଛନ୍ତି ଯେ ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକ ବ୍ୟୟସାପେକ୍ଷ। ତେଣୁ ଏହି ପ୍ରକଳ୍ପଗୁଡ଼ିକର ଦୀର୍ଘକାଳୀନ କାର୍ଯ୍ୟକ୍ଷମତା ଏବଂ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ମେଟ୍ରୋ ନୀତି 2017 ର ବ୍ୟବସ୍ଥା ଅନୁଯାୟୀ ଯୋଜନା କରାଯାଇଛି। ଓଡ଼ିଶା ସରକାର ପୂର୍ବରୁ ଭାରତ ସରକାରଙ୍କ ସୂଚନା ଏବଂ ଆର୍ଥିକ ସହାୟତା ବିନା ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସହିତ ଆଗକୁ ବଢ଼ିଥିଲେ।


ଓଡ଼ିଶା ସରକାର ବର୍ତ୍ତମାନ ସୂଚନା ଦେଇଛନ୍ତି ଯେ ସେମାନେ ଦୀର୍ଘକାଳୀନ କାର୍ଯ୍ୟକ୍ଷମତା, ସ୍ଥାୟୀତ୍ୱ ଏବଂ ସହରାଞ୍ଚଳ ଗତିଶୀଳତା ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଗତିଶୀଳତା ଯୋଜନା (CMP) ର ସାମଗ୍ରିକ ଦୃଷ୍ଟିକୋଣ ଅନୁଯାୟୀ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ ର ପୁନଃମୂଲ୍ୟାୟନ ଏବଂ ପୁନର୍ଗଠନ କରୁଛନ୍ତି। ଓଡ଼ିଶା ସରକାର ସୂଚନା ଦେଇଛନ୍ତି ଯେ ଫିଜିବୁଲିଟ ରିପୋର୍ଟ ଅନୁଯାୟୀ ଭୁବନେଶ୍ବରୁ ମେଟ୍ରୋ ପ୍ରକଳ୍ପର ମୂଳ ସମ୍ଭାବ୍ୟତା ଫଳାଫଳ ଅନୁଯାୟୀ, ୨୦୨୮, ୨୦୩୧, ୨୦୪୧, ୨୦୫୧ ଏବଂ ୨୦୫୪ ବର୍ଷ ପାଇଁ ଦୈନିକ ଯାତ୍ରୀ ସଂଖ୍ୟା ଯଥାକ୍ରମେ ୬୭ ହଜାର ୩୬୭, ୭୨ ହଜାର୨୧୪, ୯୮ହଜାର ୮୩୫, ୧ ଲକ୍ଷ ୪୨ ହଜାର ୭୪୦ ଓ ୧ ଲକ୍ଷ ୬୦ ହଜାର ୫୬୪ ହେବ। ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Proposal to the central government for Bhubaneswar Metro || Argus News | Argus News