Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ରେଳ ଲାଇନ ନିର୍ମାଣକୁ ନେଇ ତୁମୁଳ କାଣ୍ଡ

Smruti Parija
Browse all articles by Smruti Parija
·1 year ago·1 min read
ନୂଆ ରେଳ ଲାଇନ ନିର୍ମାଣକୁ ନେଇ ତୁମୁଳ କାଣ୍ଡ

ରାଉରକେଲା ବନ୍ଧମୁଣ୍ଡା ବରକାନିରେ ପୋଲିସ-ଗ୍ରାମବାସୀଙ୍କ ଭିତରେ ଜୋରଦାର ଖଣ୍ଡ ଯୁଧ୍ୟ । ପ୍ରାୟ ୧୦ ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି । ଆରଏସପିର ଟ୍ରେନ ଲାଇନ ନିର୍ମାଣକୁ ନେଇ ପ୍ରାୟ ୪୦ ଦିନ ହେବ ଚାଲିଥିଲା ଗ୍ରାମବାସୀଙ୍କ ଧାରଣା ଏବଂ ବିରୋଧ । ଗତକାଲି ପୋଲିସ ଉପସ୍ଥିତିରେ କାମ ଆରମ୍ଭ ପରେ ଜୋରଦାର ବିରୋଧ କରିଥିଲେ ଗ୍ରାମବାସୀ । ଗତକାଲି ମଧ୍ୟ ପୋଲିସ ଏବଂ ଗ୍ରାମବାସୀ ମୁହାଁମୁହିଁ ହେଇଥିଲେ ।


ଜେସିବି ଆଗକୁ ଜଣେ ଯୁବକ ଚାଲି ଆସିବାରୁ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଜଣଙ୍କ ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାପରେ ଲୋକେ ପୋଲିସକୁ ଆକ୍ରମଣ କରିଥିଲେ । ମାରଣାସ୍ତ୍ର ଓ ଢ଼େଲାପଥର ମାଡ଼ରେ 10 ରୁ ଉର୍ଦ୍ଧ୍ୱ ପୋଲିସ ଆହତ ହୋଇଥିବା ଜଣାପଡିଛି । ଆହତ ପୋଲିସ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
protest-against-new-rail-line-one-died | Argus News