Videos
|
Odisha

ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀଙ୍କ ବିକ୍ଷୋଭ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀଙ୍କ ବିକ୍ଷୋଭ

Key Points

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଓଡ଼ିଶା ବନ୍ଦ
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଂଗ୍ରେସର ବନ୍ଦ ଡାକରା
ବିଭିନ୍ନ ଛକ ଓ ବଜାରରେ କଂଗ୍ରେସ ନେତା ଓ କର୍ମୀଙ୍କ ବିକ୍ଷୋଭ
ଟ୍ବିନସିଟିର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ପ୍ରଭାବିତ, ଯାତ୍ରୀ ହଇରାଣ
ବନ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଓଡ଼ିଶା ବନ୍ଦ ପାଳନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ରାଜରାସ୍ତାକୁ ଓହ୍ଲାଇ ବିଭିନ୍ନ ଛକ ଓ ବଜାରରେ କଂଗ୍ରେସ ନେତା ଓ କର୍ମୀଙ୍କ ପିକେଟିଂ ସହ ବିକ୍ଷୋଭ ପ୍ରଦର୍ଶନ। ଦୋକାନ, ବଜାର ବନ୍ଦ ରହିବା ସହ ସ୍କୁଲ୍, କଲେଜ ଓ ଅଫିସ୍ ବନ୍ଦ ରହିଛି ।କଂଗ୍ରେସର ଓଡିଶା ବନ୍ଦକୁ ସମର୍ଥନ ପାଇଁ ଭୁବନେଶ୍ବର ଗସ୍ତରେ କଂଗ୍ରେସ ରାଷ୍ଟ୍ରୀୟ ନେତ୍ରୀ ଅଳକା ଲାମ୍ବା । ମାଷ୍ଟର କ୍ୟାଣ୍ଟିନ ଛକରେ ମହିଳା କର୍ମୀଙ୍କ ସହ ମିଶି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଟ୍ବିନସିଟିର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ନିକଟରେ ଭଦ୍ରକ-ନୟାଗଡ଼ ଦଶପଲ୍ଲା ମେମୁ ଟ୍ରେନକୁ ଅଟକାଇଥିଲେ କଂଗ୍ରେସ ନେତା ଓ କର୍ମୀ । ଦୀର୍ଘ ଦେଢ ଘଣ୍ଟା ପରେ ସ୍ୱାଭାବିକ ହେଲା ଟ୍ରେନ ସେବା ।

ସେପଟେ ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ବିନସିଟିରେ ୮୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ । ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ନଜର । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଂଗ୍ରେସର ବନ୍ଦ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଲୋକସେବା ଭବନ । କଡା ସୁରକ୍ଷା ବ୍ୟବସ୍ଥା ସହ ଲୋକସେବା ଭବନ ଆସୁଛନ୍ତି ମନ୍ତ୍ରୀ ଓ ସଚିବ । ମନ୍ତ୍ରୀ ଓ ସଚିବଙ୍କୁ ପାଇଲଟ ଗାଡି ଏସ୍କଟ କରି ଆଣୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
protest-by-congress-leaders-and-workers-at-various-places-in-the-state | Argus News