କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ

Key Points
ବାରମ୍ୱାର କହିବା ପରେବି କଚ୍ଚା ହୋଇପାରିଲାନି ପକ୍କା
କାଦୁଅ ପାଇଁ କଲବଲ ପାଉଁଝରି
କଚ୍ଚା ରାସ୍ତା କାଦୁଅମୟ
ରାସ୍ତା ପାଇଁ ହେବାକୁ ପଡୁଛି ହୀନସ୍ତା
କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ
ନବରଙ୍ଗପୁର ଚନ୍ଦାହାଣ୍ଡି ପାଟଖଲିଆ ପଞ୍ଚାୟତର ପାଉଁଝରି । ଏମିତି ଏକ ଗାଁ ଯେଉଁଠି ବର୍ଷ ତମାମ ରାସ୍ତା ସମସ୍ୟା କରେ କଲବଲ। ପାଦଚଲା ରାସ୍ତା ଏଠି ଏକମାତ୍ର ସାହାଭରଷା। ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ । ପାହାଡ଼ ଜଙ୍ଗଲ ଭିତରେ ଥିବା ଏହି ଗାଁରେ ଆଜି ପର୍ଯ୍ୟନ୍ତ ମୌଳିକ ଅଧିକାର ଅପହଞ୍ଚ ହୋଇରହିଛି । ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ଏଠାରେ ଜନବସତି ଗଢି ଉଠିଥିବା ବେଳେ ଏପର୍ଯ୍ୟନ୍ତ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁଵିଧାରୁ ବଞ୍ଚିତ ଗ୍ରାମବାସୀ । ବିଶେଷ କରି ରାସ୍ତା ଦେଉଛି ଯମଯନ୍ତ୍ରଣା ।
ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ପହଞ୍ଚି ପାରିନି। ଚନ୍ଦାହାଣ୍ଡିରୁ ୧୬ କିଲୋମିଟର ଦୂର ବିଲେଇଝରନରୁ ୫ କିଲୋମିଟର ଦୂର ପାଉଁଝରି। ବିଲେଇଝରନ୍ ଠାରୁ ୫କିଲୋମିଟର ଜଙ୍ଗଲ ପାହାଡ ପାଦଚଲା ରାସ୍ତା । ଏହି ୬କିଲୋମିଟର ରାସ୍ତାରେ ଛୋଟ ବଡ଼ ଅନେକ ନାଳ ପାର ହୋଇ ପାଦ ଚଲା ରାସ୍ତା ଦେଇ ଯିବା ପାଇଁ ପଡ଼େ। ଖରା ଓ ଶୀତଦିନେ ଯେକୌଣସି ପ୍ରକାରେ ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ବର୍ଷା ଦିନେ ଯାତାୟାତରେ ନାନା ସମସ୍ୟା ହୋଇଥାଏ।
ବର୍ଷ ବର୍ଷ ଧରି ଗ୍ରାମବାସୀ ପକ୍କା ରାସ୍ତାଟିଏ ପାଇଁ ଦାବି କରି ଆଶୁଥିଲେ କିନ୍ତୁ ପ୍ରଶାସନ ସମସ୍ୟାକୁ ଅଣଦେଖା କରି ଆସୁଛି। ଶେଷରେ ନିରାସ ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି । ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ବିଜେଡି ସରକାରରେ ୨୦ବର୍ଷ କ୍ଷମତାରେ ରହିଲେ ତଥାପି ନିଜ ବ୍ଲକ୍ ଚନ୍ଦାହାଣ୍ଡି ରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଈ ପାରିଲେ ନାହିଁ। ମୌଳିକ ସମସ୍ୟା ଭିତରେ ଆଜିବି ଜର୍ଜରିତ ପାଉଁଝରିବାସୀ।