Videos
|
Odisha

ହନୁ ମଲା ବେଳେ ସତ କହିଲା ଭଳି ଆଜି ବିଜେଡିକୁ ସବୁ ମନେ ପଡୁଛି

Ritu Das
Browse all articles by Ritu Das
·1 year ago·1 min read
ହନୁ ମଲା ବେଳେ ସତ କହିଲା ଭଳି ଆଜି ବିଜେଡିକୁ ସବୁ ମନେ ପଡୁଛି

Key Points

ହନୁ ମଲା ବେଳେ ସତ କହିଲା ଭଳି ଆଜି ବିଜେଡିକୁ ସବୁ ମନେ ପଡୁଛି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ ଯଦି ଆଜି ଅସୁବିଧା ସ୍ଥିତି କୁ ଯାଇଛି ତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକ ନିଜେ । ମଧସ୍ଥତାକୁ ମନା କରି ନାଟକୀୟ ଢ଼ଙ୍ଗରେ ମାଠିଆ ବାଡ଼େଇଲେ ଯାହାକି ରାଜନୀତିରେ ଏମିତି କରାଯାଏନି । ରାଜ୍ୟର ସ୍ବାର୍ଥ କଥା ସେମାନେ ସେବେ ଭୁଲି ଯାଇଥିଲେ । ହନୁ ମଲା ବେଳେ ସତ କହିଲା ଭଳି ଆଜି ବିଜେଡିକୁ ସବୁ ମନେ ପଡୁଛି । ଅତୀତକୁ ସମାଲୋଚନା କରି କଥାକୁ ଏଡାଇ ଯିବାର ସରକାର ଆମର ନୁହେଁ ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମେ ସ୍ପଷ୍ଟ ଭାବେ କହୁଛୁ ଓଡ଼ିଶାର ସ୍ୱାର୍ଥ ପାଇଁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯାହା ଯାହା କରିବାର ଥିବ ଆମ ସରକାର ତାହା କରିବେ । ସେଥିପାଇଁ କେନ୍ଦ୍ର ସରକାରଙ୍କ ସବୁ ପ୍ରକାର ସହଯୋଗ ବି ଅଛି । ଏବଂ ଅତୀତରେ ବି ଯେଉଁ ଲଢେଇ ଗୁଡ଼ିକ ଲଢ଼ି ବିଜେଡି ସରକାର ହାରିଛନ୍ତି ସେ ବଂଶଧାରା ଟ୍ରିବୁନାଲ ହେଉ କି ଯାହା ବି ତାହା କେବଳ ଏମାନଙ୍କ ଅବହେଳା କାରଣରୁ ହାରିଛନ୍ତି । ଏଥର କିନ୍ତୁ ମହାନଦୀ ଟ୍ରିବୁନାଲରେ ସେମିତି କିଛି ହେବାକୁ ଦିଆଯିବ ନାହିଁ । ଅନ୍ତତଃ ଅତୀତର ପୁନରାବୃତ୍ତି ଏ ସରକାରରେ ହେବ ନାହିଁ । ତେଣୁ ଅଯଥା ସମାଲୋଚନା କରି ରାଜନୈତିକ ଦ୍ଵନ୍ଦ ସୃଷ୍ଟି ନ କରୁ ବିଜେଡି ।

pruthviraj-harichandan-reaction-over-mahanadi-tribu | Argus News