Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହିଁକି ନବୀନଙ୍କର ଆସୁଛି ଫୋନ୍‌ ?

Odisha

କାହିଁକି ନବୀନଙ୍କର ଆସୁଛି ଫୋନ୍‌ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କାହିଁକି ନବୀନଙ୍କର ଆସୁଛି ଫୋନ୍‌ ?

ଅର୍ଗସ ବ୍ୟୁରୋ: ଏବେ ଫୋନ୍‌ରେ ଜଣଙ୍କ ପରେ ଜଣଙ୍କ ସହ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି କଥା ହେଉଛନ୍ତି ତାହା ନୁହେଁ ବରଂ କେଉଁଠି ମନ୍ଦିର କାମର କଥା ତଦାରଖ କରୁଛନ୍ତି ତ ଆଉ କେଉଁଠି କେତେ ବାଟ କାମ ଆଗେଇଲା ସେନେଇ କରୁଛନ୍ତି ପ୍ରଶ୍ନ । ନବୀନ ଓଡ଼ିଆରେ ଏମିତି ଲୋକଙ୍କ ସହ କଥା ହେବା ବିରଳ । ହେଲେ ଦର୍ଶକବନ୍ଧୁ କଥା ହେଉଛି, ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ପ୍ରାର୍ଥୀଙ୍କ ନାଁ ବି ଘୋଷଣା ହୋଇସାରିଲାଣି ଅଧିକାଂଶ ସ୍ଥାନରେ । ଆଉ ଏତିକି ବେଳେ ମୁଖ୍ୟମନ୍ତ୍ରୀ ଯେମିତି ଫୋନ୍‌ କରି ଲୋକଙ୍କ ସହ କଥା ହେଲେ ତାହାକୁ ନେଇ ଚର୍ଚ୍ଚା ଜୋର । କଥା ହେଲା, ଡହଡହ ଖରାରେ ଲୋକେ ହିନସ୍ତା ହେଲାଣି, ପାଣି ଟୋପାଏ ମିଳୁନି । ହେଲେ ନବୀନ ବାବୁ ଏସି ଘରେ ବସି ଲୋକଙ୍କୁ ଫୋନ କରୁଛନ୍ତି...ମନ୍ଦିର କାମ କେତେ ଦୂର ଗଲା ସେନେଇ ପ୍ରଶ୍ନ କରୁଛନ୍ତି ।

ରାଜ୍ୟରେ ଚାଲିଥିବା ମନ୍ଦିର କାମକୁ ଆମେ ଆଦୌ ବିରୋଧ କରୁନାହୁଁ । ପ୍ରତି ବର୍ଗର ଲୋକଙ୍କ ଭାବାବେଗକୁ ଆମେ ସମ୍ମାନ ବି ଦେଉଛୁ । ହେଲେ ଖରାଦିନରେ ପାଣି ସମସ୍ୟା ଯେ କେତେ ଜଟିଳ ହେଲାଣି ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । କାରଣ ତଥ୍ୟ କହୁଛି, ବସନ୍ତରୁ ହିଁ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଦେଖାଗଲାଣି ପାଣି ସମସ୍ୟା । ଗାଁରୁ ସହର, ଉପାନ୍ତରୁ ଉପକୂଳ ସବୁଠି ସ୍ଥିତି ଅସମ୍ଭାଳ । 

ଲୋକେ କହିଲେଣି, ରାଜ୍ୟରେ ୨୪ ବର୍ଷର ସ୍ଥିର ସରକାରଙ୍କ ଅପାରଗତାର ପାଇଁ ପ୍ରତିବର୍ଷ ପାଣି ସମସ୍ୟା ଭୋଗୁଛନ୍ତି ଲୋକେ । ମୋଟ୍‌ ଉପରେ ପଦାରେ ପଡ଼ିଛି ସରକାରଙ୍କ ବସୁଧା, ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ମିଛ ପ୍ରଚାର । ଖରା ଆରମ୍ଭରୁ ବଢୁଛି ଜଳ କଷ୍ଟ, କେଉଁଠି ଚୁଆ ପାଣି  ଭରସା ତ ଆଉ କେଉଁଠି ଦୂଷିତ ପୋଖରୀ ପାଣିରେ ମେଣ୍ଟୁଛି ଲୋକଙ୍କ ଶୋଷ । ସେଇଥି ଲାଗି ତ ନବୀନଙ୍କ ଫୋନକୁ ନେଇ ଏବେ ବଢିଲାଣି ଚର୍ଚ୍ଚା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିର୍ବାଚନ ଘୋଷଣା ହୋଇସାରିଲାଣି । ଅଧିକାଂଶ ସ୍ଥାନରେ ପ୍ରାର୍ଥୀଙ୍କ ନାଁ ବି ଘୋଷଣା ହୋଇସାରିଛି । ହେଲେ ଗତକାଲି ରାତିରେ ନବୀନ ଯେମିତି ଭାବରେ ଲୋକଙ୍କୁ ଫୋନ୍‌ କରି ମନ୍ଦିରର ବିକାଶ କଥା ପଚାରିଲେ, ଯଦି ସେମିତି ପାଣି କେଉଁଠି  ମିଳୁନି ବୋଲି ପଚାରନ୍ତେ ତାହାଲେ ସମସ୍ୟାର ସମାଧାନ ହୁଅନ୍ତା ବୋଲି କହିଲେଣି ଲୋକେ ।
 

Sponsored
Odisha CM Naveen Patnaik | Argus News