PUCC / ମାର୍ଚ୍ଚ ୩୧ ଯାଏଁ ବଢ଼ିଲା PUCC ଅବଧି

Key Points
ମାର୍ଚ୍ଚ ୩୧ ଯାଏଁ ସମୟ ବୃଦ୍ଧି କଲେ ରାଜ୍ୟ ସରକାର ।
ଅବଧି ଭିତରେ ପଲ୍ୟୁସନ ସାର୍ଟିଫିକେଟ୍ କରାଇବା ବାଧ୍ୟତାମୂଳକ ।
ପୁଣି ବଢିଲା PUCC ଅବଧି । PUCC ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । PUCC ଅବଧି ବୃଦ୍ଧି ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଉପୁଜୁଥିବା ଭିଡ଼କୁ ନେଇ ସରକାରଙ୍କ ସମୟ ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଅବଧି ଥିବା ବେଳେ, PUCC ଅବଧିକୁ ପୁଣି ଥରେ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଛନ୍ତି ସରକାର । ଏବେ ବି ପଲ୍ୟୁସନ ସାର୍ଟିଫିକେଟ୍ କରିବାକୁ ଭିଡ଼ ଲାଗିଛି ।
ସେହିପରି ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୂହେଁ । PUCC ଯେଉଁମାନେ ନେଇଛନ୍ତି ସେମାନଙ୍କୁ RTO ଅଫିସରେ ଦିଆଯିବ । ଫେକ୍ ସାର୍ଟିଫିକେଟ ଭଳି ଅନିୟମିତତା ଆସିବା ପରେ 42ଟି center କ୍ୟାନସଲ କରିଛୁ । ନୂଆ center ଆବେଦନ ଆସିଲେ 24 ଘଣ୍ଟା ରେ ଅନୁମୋଦନ ମିଳିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।
ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । PUCC ଅବଧି ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ଏହା ପରେ ଅର୍ଥାତ ୧ ଏପ୍ରିଲରୁ PUCC ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର୍ । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଲୋକଙ୍କ ଅସୁବିଧାକୁ ଦେଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ ।
ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ବାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦେବୁ । ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା । ଯେଉଁମାନେ PUCC କରି ସାରିଛନ୍ତି, ସେମାନେ ଷ୍ଟିକର RTOରୁ ପାଇବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ । ଏପ୍ରିଲ ୧ରୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଆଜି ପରିବହନ ମନ୍ତ୍ରୀଙ୍କ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପରିବହନ ମନ୍ତ୍ରୀ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
📱 Get Argus News App
✨Related Topics
Explore more stories