Videos
|
Odisha

ବିକ୍ରି ପୂର୍ବରୁ ଦାନ୍ତକୁ ମହାଲକ୍ଷ୍ମୀଙ୍କ ଫୋଟ ସମ୍ମୁଖରେ  ପୂଜାର୍ଚ୍ଚନା 

Manini Pattanayak
Browse all articles by Manini Pattanayak
·2 years ago·2 min read
ବିକ୍ରି ପୂର୍ବରୁ ଦାନ୍ତକୁ ମହାଲକ୍ଷ୍ମୀଙ୍କ ଫୋଟ ସମ୍ମୁଖରେ  ପୂଜାର୍ଚ୍ଚନା 

 ମୟୂରଭଞ୍ଜ: ସତରେ ବେପାରୀଙ୍କ  ଭାରି ଚତୁର ବୁଦ୍ଧି ସେଥିପାଇଁ ତ ସେମାନେ ବେପାରୀ। ଆଜ୍ଞା ଆମେ କହୁଛୁ  ହାତୀ ଦାନ୍ତ ବେପାରୀଙ୍କ କଥା। ହାତୀ ଦାନ୍ତ ବିକ୍ରି କରିବା ପୂର୍ବରୁ  ଆପୋଣାଇଥିଲେ ନୂଆ ଫଣ୍ଡା।  ହାତୀ ମା ଲକ୍ଷ୍ମୀଙ୍କ ବାହାନ ହୋଇଥିବାରୁ ଦାନ୍ତକୁ ଧୋଇ  କଦଳୀ ପତ୍ର  ଉପରେ  ରଖି  ଲକ୍ଷ୍ମୀଙ୍କ ଫଟୋ ସାମ୍ନାରେ  କରାଯାଉଥିଲା ପୂଜାର୍ଚ୍ଚନା। ତେବେ ପୂଜାର୍ଚ୍ଚନା ପରେ  ବେପାରୀ କରିଥାନ୍ତେ  ଦାନ୍ତ ବିକ୍ରୀ।  ଆଉ ଭଲ ମୂଲ୍ୟରେ ବିକ୍ରୀ ମଧ୍ୟ ହୋଇଥାନ୍ତା ଥିଲା ବିଶ୍ୱାସ।  କିନ୍ତୁ ଠିକ୍‌ ସେହିସମୟରେ  ମାଡି ବସିଲା  ବନ ବିଭାଗ ।  ତେବେ ଏହି ବେପାରୀଙ୍କ ମଧ୍ୟରେ ସାମିଲ ଥିଲେ  ବ୍ଲକ ଅଧୀନରେ ପଂଚାୟତରେ କାମ କରୁଥିବା ଜିଓ ଟ୍ୟାଗ ଅଧିକାରୀ।  ଜିଓ ଟ୍ୟାଗ ଅଧିକାରୀ  ସାଜିଥିଲେ ମାଷ୍ଟରମାଇଣ୍ଡ। ଏହି ଡିଲ୍‌ ର ଖବର  ପାଇଁ  କପ୍ତିପଦା ଓ ଉଦଳା ବନ ବିଭାଗ ସହିତ ଟାସ୍କଫୋର୍ସ ଟିମ ମିଳିତ ଭାବେ କପ୍ତିପଦା ଥାନା ବିଦ୍ୟାଧର ନଗର ଅଞ୍ଚଳରେ ଚଢ଼ାଉ କରିଥିଲେ। 

ଏହି ଚଢାଉରେ ୭ ଜଣ ଗିରଫ ହୋଇଥିବାବେଳେ  ୫ ଟି ହାତୀଦାନ୍ତ ଜବତ  କରାଯାଇଛି।  ଏହା  ୩ ଗୋଟି ବାଇକ ମଧ୍ୟ ଜବତ କରିଛି ପୋଲିସ। ଗିରଫ ୭ ଜଣକ ମଧ୍ୟରେ ପୁରା ଡିଲ୍‌ର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜିଓ ଟ୍ୟାଗ ଅଧିକାରୀ ନିରଞ୍ଜନ ବେହେରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ମାନଙ୍କ ମଧ୍ୟରେ ୪ ଜଣ ମୟୁରଭଞ୍ଜ କପ୍ତିପଦା ଏବଂ ଉଦଳା ଅଂଚଳର ହୋଇଥିବା ବେଳେ କିଣିବାକୁ ଆସିଥିବା ଯୁବକମାନେ ବାଲେଶ୍ୱର ଅଞ୍ଚଳର।

ଗିରଫ ୭ ଜଣଙ୍କୁ ପଚରାଉଚରା ପରେ ଏହି ହାତୀଦାନ୍ତ ବେପାରରେ ଆନ୍ତଃଜିଲ୍ଲା, ରାଜ୍ୟ ଲିଙ୍କ ଥିବା ସୂଚନା ପାଇବା ପରେ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ଚଢ଼ାଉ କରାଯାଇ ଅନ୍ୟ ୪ ଜଣଙ୍କୁ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି ସ୍ପେସିଆଲ ଫୋର୍ସ। ଗିରଫ ହୋଇଥିବା ୭ ଜଣଙ୍କୁ ପଚରାଉଚରା ପରେ ସେମାନେ ୪ ବର୍ଷ ରୁ ଅଧିକ ହେବ ବିଭିନ୍ନ ସ୍ଥାନରୁ ହାତୀଦାନ୍ତ ଆଣି ତାହାକୁ ବିକ୍ରି କରି ଆସୁଛନ୍ତି  ବୋଲି କହିଥିଲେ। ।  କେବଳ ହାତୀଦାନ୍ତ ନୁହେଁ ଅନ୍ୟ ବନ୍ୟଜନ୍ତୁ ଛାଲ କାରବାରରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ରହିଥିବା ବନ ବିଭାଗ ଜାଣିବାକୁ ପାଇଛି। ଅଟକ ଥିବା ୪ ଜଣଙ୍କୁ ଅଧିକ ପଚରାଉଚରା ଚାଲିଥିବା ବେଳେ ସେହିଠାରୁ ପୁରା ହାତୀଦାନ୍ତ ସ୍ମଗଲିଙ୍ଗ ରାକେଟର ପର୍ଦାଫାଶ ହେବ ବୋଲି କହିଛନ୍ତି ଡିଏଫଓ।
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the task force team jointly raided Kaptipada police station in Vidyadhaar city area. | Argus News