Puri Administration Alert / ବଡ଼ଦିନ–ନୂଆବର୍ଷ ପାଇଁ ବ୍ୟାପକ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଏକମୁଖି ଦର୍ଶନ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ
·9 months ago·2 min read

Key Points
ବଡ ଦିନ ଓ ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବ ଏକ ମୁଖି ଦର୍ଶନ ବ୍ୟବସ୍ଥା
ସିଂହଦ୍ଵାରରେ ପ୍ରବେଶ ସହ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ ହେବ
ମାର୍କେଟ ଛକ ଯାଏଁ ରହିବ ବ୍ୟାରିକେଡ

ନୂଆବର୍ଷ ଏବଂ ବଡ଼ଦିନ ପାଇଁ ପୂରୀ ପ୍ରଶାସନର ବଡ଼ ପ୍ରସ୍ତୁତି। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଗୁଆ ବ୍ୟାପକ ପଦକ୍ଷେପ ନିଆଯାଇଛି। ବଡ ଦିନ ଓ ଇଂରାଜୀ ନବ ବର୍ଷ ପାଇଁ ପୁରୀରେ ଆଗୁଆ ପ୍ରସ୍ତୁତି। ବଡ ଦିନ ଓ ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବ ଏକ ମୁଖି ଦର୍ଶନ ବ୍ୟବସ୍ଥା। ସିଂହଦ୍ଵାରରେ ପ୍ରବେଶ ସହ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ ହେବ। ମାର୍କେଟ ଛକ ଯାଏଁ ରହିବ ବ୍ୟାରିକେଡ। ୬୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ ୬ କ୍ଵିକ୍ ରେସ୍ପନସ୍ ଟିମ୍। ମାର୍କେଟ ଛକ ଯାଏଁ ଲମ୍ବିବ ବ୍ୟାରିକେଡ।
ଏହାସହ ପଢ଼ନ୍ତୁ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ
ବେଶ କିଛିବର୍ଷ ହେବ ଇଂରାଜୀ ନବବର୍ଷର ହୋଇଛି ଭାରତୀୟ କରଣ। ତେଣୁ ନୂଆବର୍ଷରେ ଜଗା ଦର୍ଶନ ପାଇଁ ଜମୁଛି ପ୍ରବଳ ଭିଡ଼। ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଡ ଦିନ ଓ ଇଂରାଜୀ ନବବର୍ଷ ପାଇଁ ହୋଇଛି ଆଗୁଆ ପ୍ରସ୍ତୁତି ବୈଠକ। ଆଗମୀ ବଡ ଦିନ ଓ ଇଂରାଜୀ ନବବର୍ଷରେ ହେବ ଏକମୁଖି ଦର୍ଶନ ବ୍ୟବସ୍ଥା। ସିଂହ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ ।ଅନ୍ୟ ତିନି ଦ୍ଵାରରେ କରିବେ ପ୍ରସ୍ଥାନ। ସେହିପରି ଭିଡ଼କୁ ଦୃଷ୍ଟି ରେ ରଖି ୩୧ ତାରିଖ ରାତି ୧୧ ରୁ ହେବ ପହୁଡ଼। ଭିଡ଼କୁ ନଜରରେ ରଖି ବିଳମ୍ବିତ ରାତିରୁ ହିଁ ପହୁଡ଼ ଖୋଲି ଆରମ୍ଭ ହେବ ଦର୍ଶନ। ଏଥିପାଇଁ ମାର୍କେଟ ଛକରୁ ହେବ ବ୍ୟାରିକେଡ। ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ। ଜରୁରୀକାଳୀନ ପରିସ୍ଥିତି ପାଇଁ ରହିବେ ୬ କ୍ୱିକ ରେସ୍ପନସ ଟିମ୍ । ହୋଲ୍ଡିଂ ଏରିଆକୁ ବଢାଯିବା ସହ ଟ୍ରାଫିକ ଓ ଏନଫୋର୍ସ ମେଣ୍ଟ ଉପରେ ବି ରହିଛି ଗୁରୁତ୍ଵ। ଏଥିଆଇଁ ପ୍ରସ୍ତୁତ ହେବ ଡିଟେଲ ଏସଓପି।
ସେପଟେ ବଡ ଦିନ ଓ ଇଂରାଜୀ ନବବର୍ଷ କୁ ନଜରରେ ରଖି ବେଳାଭୂମି ,ପଞ୍ଚତୀର୍ଥ ପୁଷ୍କରିଣୀ ଇତ୍ୟାଦିରେ ମୁତୟନ ରହିବେ ଅତିରିକ୍ତ ଟିମ୍। ବେଳାଭୂମିରେ ମଧ୍ୟ ଅତିରିକ୍ତ ପ୍ରାଇଭେଟ୍ ଲାଇଫ ଗାର୍ଡ ପ୍ରସ୍ତୁତ ରହିବେ। ନୂଆକରି ଫାୟାର ଟିମରେ ଯୋଡ଼ି ହୋଇଛି ଫାୟାର ବୋର୍ଡ। ଶ୍ରୀମନ୍ଦିର ଭିତର ,ବାହାରେ ମଧ୍ୟ ମୁତୟନ ହେବେ ଅତିରିକ୍ତ ଟିମ୍। ଅନ୍ୟପଟେ ହୋଟେଲରେ ମଧ୍ୟ ହେବ କଡାକଡି ଯାଞ୍ଚ। ଗୋଆ ଓ ଭୁବନେଶ୍ୱରରେ ଅଘଟଣ ପରେ ପୁରୀରେ ଜିରୋ ନାଇଟ ସେଲିବ୍ରେଶନକୁ ନେଇ ଘାରିଛି ଚିନ୍ତା। ହୋଟେଲ, ପ୍ରଶାସନ ଓ ପର୍ଯ୍ୟଟକ ସମେତ ସମସ୍ତ ଷ୍ଟେକ ହୋଲଡର୍ ମାନେ ଅଗ୍ନି ନିରାପତ୍ତା ଓ ପର୍ଯ୍ୟଟକ ସୁରକ୍ଷା ଦୃଷ୍ଟିରୁ ସଚେତନ ଓ ପ୍ରସ୍ତୁତ ରହିବାକୁ ହେବ ବୋଲି କହିଛନ୍ତି ହୋଟେଲିଆର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗମୀ ଡିସେମ୍ବର ୨୫ ଠାରୁ ପୁରୀରେ ଭିଡ ଦ୍ଵିଗୁଣିତ ହେବାର ଆକଳନ କରାଯାଉଥିବା ବେଳେ ଇଂରାଜୀ ନବବର୍ଷ ୧ ତାରିଖରେ ରହିବ ପିକ ପିରିଅଡ୍। ତେଣୁ ସମସ୍ତ ପର୍ଯ୍ୟଟନସ୍ଥଳୀ ସୁରକ୍ଷା ଉପରେ ରହିଛି ଫୋକସ୍ ।
Related Topics
Explore more stories