Videos
|
Odisha

ପୁରୀରେ ପରିବା ବ୍ୟବସାୟୀଙ୍କୁ ଛୁରାମାଡ

Rashmita Mishra
Browse all articles by Rashmita Mishra
·10 months ago·1 min read
ପୁରୀରେ ପରିବା ବ୍ୟବସାୟୀଙ୍କୁ ଛୁରାମାଡ

Key Points

ପୁରୀ ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ନିକଟରେ ଦୃର୍ବୃତ୍ତଙ୍କ ଆତଙ୍କରାଜ। ପରିବା ବ୍ୟବସାୟୀଙ୍କୁ ଛୁରାମାଡ। ଯେଉଁଥିରେ ପରିବା ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି ।

ପୁଣି ଅଶାନ୍ତ ପୁରୀ। ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ନିକଟରେ ଦୃର୍ବୃତ୍ତଙ୍କ ଆତଙ୍କରାଜ। ପରିବା ବ୍ୟବସାୟୀଙ୍କୁ ଛୁରାମାଡ। ଯେଉଁଥିରେ ପରିବା ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ଠାରେ ଘଟିଛି ଅଘଟଣ। ତିନି ଜଣ ଦୁର୍ବୃତ୍ତ ଆସି ପରିବା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି । ଦୋକାନରେ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସୁକାନ୍ତ ଅଟକାଇଥିଲା । ଯାହାକୁ ନେଇ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିଲେ । ଏହାପରେ ସୁକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାକି ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହିତ ପାଖରେ ଲାଗିଥିବା ସିସିଟିଭିକୁ ବି ଯାଞ୍ଚ କରୁଛି ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Businessman Attacked with Knife in Puri | Argus News | Argus News