Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁରୀ ବାଣ ଟ୍ରାଜେଡି: SCBରେ ତୃତୀୟ ଚିକିତ୍ସାଧୀନଙ୍କ ମୃତ୍ୟୁ

Odisha

ପୁରୀ ବାଣ ଟ୍ରାଜେଡି: SCBରେ ତୃତୀୟ ଚିକିତ୍ସାଧୀନଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ପୁରୀ ବାଣ ଟ୍ରାଜେଡି: SCBରେ ତୃତୀୟ ଚିକିତ୍ସାଧୀନଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: କଟକ ଏସସିବି ମେଡିକାଲରେ ତୃତୀୟ ଚିକିତ୍ସାଧୀନଙ୍କ ମୃତ୍ୟ ଘଟିଛି। ପୁରୀ ବାଣ ବିସ୍ପୋରଣରେ ଆଉ ଜଣେ ଆହତ ଆଖି ବୁଜିଲେ। ମୃତକ ଙ୍କ ନାଁ ଦିବ୍ୟରଞ୍ଜନ ସାହୁ । ପ୍ଲାଷ୍ଟିକ ସର୍ଜରି ଆଇସିୟୁରେ ଚିକିତ୍ସା ଜାରି ରହିଥିଲା ବେଳେ ତାଙ୍କର ମୃତ୍ୟ ଘଟିଛି। ପୁରୀ ଚାପ ଖେଳ ବାଣ ବିସ୍ପୋରଣ ଦୁର୍ଘଟଣାରେ ଶତ ପ୍ରତିଶତ ଜଳି ଯାଇଥିଲେ ସେ। 

ପୁରୀ ବାଣ ବିସ୍ପୋରଣ ଘଟଣା: ଏସସିବିରେ ଗଲା ଆଉ ଜଣଙ୍କ ଜୀବନ

ଚିକିତ୍ସା ଠାରୁ କୌଣସି ସମ୍ପର୍କୀୟ କିମ୍ବା ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରି ନ ଥିଲେ। ମେଡିକାଲ କର୍ତ୍ତୃପକ୍ଷ ପୁରୀ ଜିଲା ପ୍ରଶାସନକୁ ଯୋଗାଯୋଗ କରିଛନ୍ତି। ମର ଶରୀରକୁ ହସ୍ତାନ୍ତର କରିବା ପାଇଁ ଏସସିବି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏଯାବତ ଏସସିବିରେ  ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥଲା ବେଳେ ଜଣେ ମେଡିକାଲରେ ଆଡମିଟ ହେବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 
ତେବେ ବର୍ତ୍ତମାନ ୫ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨ ଜଣ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଥିବା ବେଳେ ଅନ୍ୟ ୩ଜଣ ଜେନେରାଲ ସର୍ଜରି ୱାର୍ଡରେ ରହିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri fire cracker | Argus News