ପୁରୀ ବାଣ ବିସ୍ପୋରଣ ଘଟଣା: ଏସସିବିରେ ଗଲା ଆଉ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ: ଏସସିବିରେ ଦ୍ୱିତୀୟ ମୃତ୍ୟ। ପୁରୀ ଚାପ ଖେଳ ବାଣ ବିସ୍ପୋରଣ ଘଟଣା ରେ ଏସସିବି ମେଡିକାଲ ରେ ଦ୍ୱିତୀୟ ଆହତଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଶଙ୍କର ବେହେରା। ବୟସ ୩୮। ପ୍ଲାଷ୍ଟିକ ସର୍ଜରି ବିଭାଗ ର ଭେଣ୍ଟିଲେଟର ରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି। ବିସ୍ପୋରଣରେ ଶତପ୍ରତିଶତ ଜଳିଯାଇଥିଲେ ସେ। ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସସିବି ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼ା ସୁଧାଂଶୁ ଶେଖର ମିଶ୍ର।
ବର୍ତ୍ତମାନ ସୁଦ୍ଧା ୬ ଜଣ ଆହତଙ୍କ ଚିକିତ୍ସା ଜାରି ରହିଥିଲା ବେଳେ ସେଥମଧ୍ୟରୁ 3 ଜଣ ଜେନେରାଲ ସର୍ଜରି ରହିଥିଲା ବେଳେ ପ୍ଲାଷ୍ଟିକ ସର୍ଜରି ବିଭାଗର ୨ଜଣ ଆଇସିୟୁରେ ଓ ଜଣେ ଆହତ ଜେନେରାଲ ୱାର୍ଡରେ ରହିଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ରହିଛି। ମୋଟାମୋଟି ଭାବରେ କହିବକୁ ଗଲେ ଶଙ୍କରଙ୍କ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଶହେ ପ୍ରତିଶତ ଜଳିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ତାଙ୍କର ବ୍ୟବଚ୍ଛେଦ ପରେ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ପୁରୀରେ ଏହି ଅଘଟଣ ଘଟିବା ପରେ ଏସସିବିରେ
ମୋଟ ୮ ଜଣ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ଜଣଙ୍କୁ ରିସିଭ ଡେଥ ଘୋଷଣା କରିଥିଲେ ଏସସିବି କର୍ତ୍ତୃପକ୍ଷ। ଆଉ ଆଜି ଦ୍ୱିତୀୟ ଆହତଙ୍କ ମୃତ୍ୟ ଘଟିଛି। ତେବେ ଅନ୍ୟ ଆହତ ମାନଙ୍କୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। କିପରି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ ସେନେଇ ସବୁ ପ୍ରଚେଷ୍ଟା ଜାରି ରଖିଛନ୍ତି ଏସସିବିରେ ନିୟୋଜିତ ଥିବା ସମସ୍ତ ଡାକ୍ତର।