ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଫିନିସିଂ ହୋଇନି, କିଛି କାମ ବାକି ଅଛି: ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରକଳ୍ପ ପରିଦର୍ଶନ କରି ଗଜପତି ମହାରାଜା ଦିବ୍ୟସିଂହ କହିଛନ୍ତି, ଉତ୍ତର ଦ୍ଵାର ବାହାରେ ଏକ ବଡ଼ ପ୍ରଶସ୍ତ ସ୍ଥାନରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଇଛି । ଆନନ୍ଦ ବଜାରରେ ବିକ୍ରି ହେବ ମହାପ୍ରଭୁଙ୍କ ଅବଢ଼ା । ଭକ୍ତ ଏକାଠି ବସି ଖାଇବା ଅସୁବିଧା ହେଉଥିବାରୁ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଇଛି ।
ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ ପାଇଁ ଅନୁମୋଦନ ଆସି ସାରିଛି । ପରିଚାଳନା କମିଟି ସହ ଆଲୋଚନା କରାଯାଇ କାମ ହାତକୁ ନିଆଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଫିନିସିଂ ହୋଇନି, କିଛି କାମ ବାକି ରହିଛି । ଏହି କାମର ତଦାରଖ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା ।
📱 Get Argus News App
✨ଶ୍ରୀମନ୍ଦିରର ସ୍ଥାୟୀ କାର୍ଯ୍ୟାଳୟ ହେବ, ପୂର୍ବରୁ ରହିଥିବା କାର୍ଯ୍ୟାଳୟକୁ ଅଭ୍ୟର୍ଥନା କକ୍ଷ କରାଯିବ । ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ କିଛି ଯୋଜନା କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ଆଉ କିଛି ଯୋଜନା ହେବ ବୋଲି କହିଛନ୍ତି ଗଜପତି । ଏହାଛଡ଼ା ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାର ଓ ଭକ୍ତଙ୍କ ସୁବିଧା ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ସୂଚନା ଦେଇଛନ୍ତି ଗଜପତି ମହାରାଜା ।