Videos
|
Odisha

Puri Heavy Rain / ପୁରୀରେ ସକାଳୁ ସକାଳୁ ଛେଚୁଛି ପ୍ରବଳ ବର୍ଷା…ଗରମ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି

Ritu Das
Browse all articles by Ritu Das
·58 mins ago·2 min read
ପୁରୀରେ ସକାଳୁ ସକାଳୁ ଛେଚୁଛି ପ୍ରବଳ ବର୍ଷା…ଗରମ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି
India

Key Points

ପୁରୀରେ ସକାଳୁ ସକାଳୁ ଛେଚୁଛି ପ୍ରବଳ ବର୍ଷା
ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି
ପୁରୀରେ ସକାଳୁ ସକାଳୁ ଛେଚୁଛି ପ୍ରବଳ ବର୍ଷା । ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି । ଗତ ୭ ଦିନ ଧରି ଜାଳୁ ଥିଲା ନିଦାଘ ଖରା । ଆଶ୍ୱିନର ଶରତ କାଳରେ ବି କଲବଲ ହେଉଥିଲେ ଭକ୍ତ ଶ୍ରଦ୍ଧାଳୁ। ଗତ ସୋମବାର ଦିନ ୩୬.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ସହ ଅକ୍ଟୋବରରେ ୧୩୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ୭ ଦିନ ହେବ ଲଗାତାର ୩୫ ଛୁଉଁଥିଲା ତାପମାତ୍ରା ।

ବର୍ଷା ହେବାପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଚିନ୍ତାରେ ତଳିଆ ଅଞ୍ଚଳର ଲୋକ । ବିଶେଷକରି ମାଟିତୋଟା, କୈବଲ୍ୟ ନଗର, ମୁକୁନ୍ଦ ମିଶ୍ର ନଗର, ଗୋପୀନାଥପୁର, ଭାରତୀପୁର ଆଦି ଅଞ୍ଚଳରୁ ଜଳ ନିଷ୍କାସନ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ଆଉ ଗୋଟିଏ ବଡ ବର୍ଷା ଚିନ୍ତା ବଢ଼ାଇଛି।
ଓଡ଼ିଶାରେ ପୁଣି ବର୍ଷାର ସମ୍ଭାବନା । ଥାଇଲାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଆଗାମୀ ଦିନରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୮ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ସୂଚନା ଅନୁଯାୟୀ, ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଆସନ୍ତା ୧୧ ତାରିଖ ବେଳକୁ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଅନ୍ୟପକ୍ଷରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ନେଇ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ଆଶଙ୍କା ନାହିଁ ବୋଲି ପାଣିପାଗ ଆକଳନରୁ ଜଣାପଡ଼ିଛି ।