ଫୋକସରେ ପୁରୀ: ବଢ଼ିବ ପରିଧି, ରୂପରେଖରେ ହେବ ପରିବର୍ତ୍ତନ

Key Points
ରାଜ୍ୟ ସରକାରଙ୍କ ଫୋକସରେ ପୁରୀ
ବଢ଼ିବ ପୁରୀର ପରିଧି, ରୂପରେଖରେ ହେବ ପରିବର୍ତ୍ତନ
ସବୁ ମୁକୁଳା ଡ୍ରେନରେ ପଡିବ ସ୍ଲାବ୍
ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସ୍ଥାନରେ ଲାଗିବ ସାଇନ୍ ବୋର୍ଡ
ରାଜ୍ୟ ସରକାରଙ୍କ ଫୋକସରେ ପୁରୀ । ବଢ଼ିବ ପୁରୀର ପରିଧି । ପରିଧିର ରୂପରେଖ ମଧ୍ୟ ହେବ ପରିବର୍ତ୍ତନ । ସବୁ ମୁକୁଳା ଡ୍ରେନରେ ପଡିବ ସ୍ଲାବ୍ । ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସ୍ଥାନରେ ପରିବେଶକୁ ପରିଷ୍କାର ରଖିବା ପାଇଁ ଲାଗିବ ସାଇନ୍ ବୋର୍ଡ । ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡ ସମେତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
କେବଳ ରଥଯାତ୍ରା ସମାଧାନ ନୁହେଁ ଆଗକୁ ମଧ୍ୟ କାର୍ଯ୍ୟ ଜାରି ରହିବ ଏବଂ ପୁରୀର ପରିଧି ବଢ଼ାଯାଇ କାମ ହେବ ବୋଲି ସେ କହିଛନ୍ତି । ବଡ଼ଦାଣ୍ଡରେ ବର୍ଷା ସମୟରେ ଜଳବନ୍ଦୀ ନହେବା ପାଇଁ ସମୀକ୍ଷା କରାଯାଇଛି । ଡ୍ରେନରେ ଜଙ୍କ ହୋଇଥିବା ଆଇରନ ସ୍ଲାବକୁ ପରିବର୍ତ୍ତନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଡ୍ରିଙ୍କ ଫ୍ରମ୍ ଟ୍ୟାପର ପାଣି ପିଇ ପରୀକ୍ଷଣ କରିଛନ୍ତି । ତାହାସହ ସାହି ଗଳି କନ୍ଦିର ଡ୍ରେନକୁ ତୁରନ୍ତ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।