Videos
|
Odisha

Jagannath Temple / ପୁରୀ ଆସିଥିଲେ ଜଗା ଦର୍ଶନ ପାଇଁ ଫେରିପାରିଲେନି ଘରକୁ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ପୁରୀ ଆସିଥିଲେ ଜଗା ଦର୍ଶନ ପାଇଁ ଫେରିପାରିଲେନି ଘରକୁ
Jagannath Temple

Key Points

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଶେଷ
ଦର୍ଶନ ପରେ ରାଜସ୍ଥାନର ମହିଳା ଭକ୍ତଙ୍କ ଗଲା ଜୀବନ
ପରିକ୍ରମା ସମୟରେ ଅସୁସ୍ଥ ହୋଇ ପଡ଼ିଲେ
ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା
ଜଗା ଦର୍ଶନ ହେଲା ଶେଷ ଦର୍ଶନ... ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂର ରାଜସ୍ଥାନରୁ ପୁରୀ ଆସିଥିଲେ ପରିବାର । ମନରେ ଥିଲା ଜଗା ଦର୍ଶନର ଆନନ୍ଦ, ହେଲେ କିଏ ଜାଣିଥିଲା ଏହି ଦର୍ଶନ ହେବ ଜୀବନର ଶେଷ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପରିକ୍ରମା କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ୪୪ ବର୍ଷୀୟା ବର୍ଷା ଗୁପ୍ତା ।

ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ହସ୍ପିଟାଲକୁ ନେଇଥିଲେ । ହେଲେ ସବୁ ଚେଷ୍ଟା ସତ୍ତ୍ୱେ ଚାଲିଗଲା ବର୍ଷାଙ୍କ ଜୀବନ। ଏଭଳି ଅଚାନକ ଘଟଣାରେ ଶୋକରେ ଭାଙ୍ଗିପଡ଼ିଛି ପରିବାର । ଖୁସିରେ ଆରମ୍ଭ ହୋଇଥିବା ପୁରୀ ଯାତ୍ରା ଏବେ ପରିବାର ପାଇଁ ପାଲଟିଛି ଅଭୁଲା ଦୁଃଖର ସ୍ମୃତି ।

ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଜଣେ ଭକ୍ତଙ୍କ ଚାଲିଗଲା ପ୍ରାଣ । ପୁରୀ ହସ୍ପିଟାଲରେ ଭକ୍ତଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତ ମହିଳା ଭକ୍ତ ଜଣକ ହେଉଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ୪୪ ବର୍ଷୀୟା ବର୍ଷା ଗୁପ୍ତା ।

ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିର ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ପରିକ୍ରମା କରୁଥିବା ସମୟରେ ବର୍ଷା ଅସୁସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିଜ ପରିବାର ସହ ପୁରୀ ଆସିଥିଲେ । ବର୍ଷା ନିଜ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ସାରି ପରିକ୍ରମା କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ବୋଲି କହିଛନ୍ତି ପରିବାର ଲୋକେ । ତେବେ ବର୍ଷାଙ୍କ ଏଭଳି ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।

Jagannath Temple | Came to Puri for Jagannath Darshan, Could Not Return Home | Argus News