Videos
|
Odisha

Puri Jagannath Temple: ପୂଜା ପାଇଁ ଅନଲାଇନ୍‌ରେ ହେଉଛି ବୁକିଂ, ଶ୍ରଦ୍ଧାଳୁଙ୍କୁ ସତର୍କ କଲେ ଏସ୍‌ପି

Sushanta Sahoo
Browse all articles by Sushanta Sahoo
·1 year ago·2 min read
Puri Jagannath Temple: ପୂଜା ପାଇଁ ଅନଲାଇନ୍‌ରେ ହେଉଛି ବୁକିଂ, ଶ୍ରଦ୍ଧାଳୁଙ୍କୁ ସତର୍କ କଲେ ଏସ୍‌ପି

Key Points

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ୍‌ରେ ପୂଜା ବୁକିଂ ପାଇଁ କୌଣସି ବ୍ୟବସ୍ଥା କିମ୍ବା କାହାରିକୁ ଦାୟିତ୍ଵ ଦିଆଯାଇ ନଥିବା ବେଳେ ପୂଜାପରିସେବା ଡଟ୍ କମ୍ ନାମକ ସଂସ୍ଥାର ଏଭଳି ମନୋଭାବକୁ ବିରୋଧ କରାଯାଇଛି ।

ପୁରୀ: ଅନଲାଇନ୍‌ରେ ବୁକିଂ କଲେ ପୁରୀ ଶ୍ରୀମନ୍ଦିରରେ ହେବ ପୂଜା । ଏନେଇ ୱେବସାଇଟ୍‌ରେ ଚାଲିଛି ବୁକିଂ । https://pujapariseva.com/ ନାମକ ଏକ ଜାଲି ୱେବସାଇଟ୍ ଏହି ବୁକିଂ କରୁଛି । ଯେଉଁଥିରେ ପୁରୀ ଜଗନ୍ନାଥ ମନ୍ଦିରର ଫଟୋ ସହ ବିଭିନ୍ନ ପୂଜା ପାଇଁ ରହିଛି ଭିନ୍ନ ଭିନ୍ନ ଦର ତାଲିକା । ପୂଜା ସହ ଶ୍ରଦ୍ଧାଳୁଙ୍କୁ ଶୁଖିଲି ଭୋଗ ଦିଆଯିବା ନେଇ ଉଲ୍ଲେଖ ରହିଛି ।


ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା, ଚତୁର୍ଦ୍ଧା ବିଗ୍ରହଙ୍କ ପୂଜା ପାଇଁ ୪ ହଜାର ୭୫୦ ଟଙ୍କା, ସ୍ଵତନ୍ତ୍ର ଅଭିଷେକ ପୂଜା ପାଇଁ ୭ ହଜାର ୫୦୦ ଟଙ୍କା, ତୁଳସୀ ଦାନ ପୂଜା ପାଇଁ ୫ ହଜାର ୫୦୧ ଟଙ୍କା ଦେୟ ଦେବାକୁ ପଡ଼ିବ । କେବଳ ଭାରତୀୟ ମୁଦ୍ରା ନୁହେଁ ଡଲାରରେ ମଧ୍ୟ ଦେୟ ଦେବା ଲାଗି ୱେବସାଇଟ୍‌ରେ ବିକଳ୍ପ ରହିଛି । ସମ୍ପୃକ୍ତ ସଂସ୍ଥାର ସ୍ଵୀକୃତିପ୍ରାପ୍ତ ପୂଜାରୀ ଶ୍ରୀମନ୍ଦିରରେ ପୂଜା କରିବେ । ଏନେଇ ୱେବସାଇଟ୍‌ରେ ଦାବି କରାଯାଇଛି ।


ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ୍‌ରେ ପୂଜା ବୁକିଂ ପାଇଁ କୌଣସି ବ୍ୟବସ୍ଥା କିମ୍ବା କାହାରିକୁ ଦାୟିତ୍ଵ ଦିଆଯାଇ ନଥିବା ବେଳେ ପୂଜାପରିସେବା ଡଟ୍ କମ୍ ନାମକ ସଂସ୍ଥାର ଏଭଳି ମନୋଭାବକୁ ବିରୋଧ କରାଯାଇଛି । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ନେଇ ଏଭଳି ପ୍ରଚାରକୁ ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିଛନ୍ତି ।


ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ଅନଲାଇନ୍‌ରେ ହୋଇଥିବା ପୂଜାପରିସେବା ଏକ ଜାଲି ସଂସ୍ଥା । ଏହା ନକଲି ୱେବସାଇଟ୍, ଅନଲାଇନ୍‌ରେ କୌଣସି ସେବା ପୂଜା ହୁଏ ନାହିଁ । ଏ ଗୋଟିଏ ସଂସ୍ଥା ନୁହେଁ ଏଭଳି ଅନେକ ଜାଲି ସଂସ୍ଥା ରହିଛି । ମନ୍ଦିରରେ ପୂଜା ପାଇଁ ଅନଲାଇନ୍ ବ୍ୟବସ୍ଥା ନଥିବା କହିଛନ୍ତି ବରିଷ୍ଠ ସେବାୟତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂହ । ଏସ୍‌ପି କହିଛନ୍ତି, ଏଭଳି କୌଣସି ଅନଲାଇନ୍ ପୂଜା ବୁକିଂ ସାଇଟ୍‌ର ପ୍ରଲୋଭନରେ ପଡ଼ନ୍ତୁ ନାହିଁ । ହୋଟେଲ୍ ବୁକିଂ ବେଳେ ବି ଧ୍ୟାନ ଦିଅନ୍ତୁ । ପୋଲିସ ପକ୍ଷରୁ ଇଣ୍ଟରନେଟ୍ ପାଟ୍ରୋଲିଂ କରାଯାଉଛି, ଯେତେବେଳେ ନକଲି ୱେବସାଇଟ୍ ସାମ୍ନାକୁ ଆସୁଛି, ପୋଲିସ ପଦକ୍ଷେପ ନେଉଛି ।


ଅର୍ଗସ ନ୍ୟୁଜ୍‌ର ଖୋଳତାଡ଼ ବେଳେ ଜଣାପଡ଼ିଛି https://pujapariseva.com/ ୱେବସାଇଟଟି ପ୍ରାୟ ୪ ବର୍ଷ ପୁରୁଣା । ୨୦୨୧ ମସିହାରେ ଏହି ୱେବସାଇଟ୍‌ଟି ଖୋଲା ଯାଇଥିବା ବେଳେ ଏହା କୋଲକାତାରୁ ପରିଚାଳିତ ହେଉଥିବା ଜଣାପଡ଼ିଛି । ତେବେ ଏହି ୱେବସାଇଟ୍ କିଏ ଖୋଲିଛି ତାହା ଜଣାପଡ଼ିନାହିଁ ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ