Shunya Ganthi / ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି, କଣ ସଙ୍କେତ ଦେଲେ ମହାପ୍ରଭୁ?
·57 mins ago·2 min read

Key Points
ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି
କଣ ସଙ୍କେତ ଦେଲେ ମହାପ୍ରଭୁ?
ବାତ୍ୟା,ବର୍ଷା ପବନ ଗାୟବ ହୋଇଗଲା ବୋଲି ଭକ୍ତ ମାନେ କହିଛନ୍ତି

ପୁରୀ,୨୮/୧୦: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅପାର ମହିମାକୁ ନେଇ ପୁଣି ଚର୍ଚ୍ଚା। ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଉଡ଼ୁଥିବା ପତିତପାବନ ବାନାରେ ଦେଖିବାକୁ ମିଳିଛି ଶୂନ୍ୟ ଗଣ୍ଠି। ସେଥିପାଇଁ ଶ୍ରୀକ୍ଷେତ୍ରରୁ ଝଡି,ବାତ୍ୟା,ବର୍ଷା ପବନ ଗାୟବ ହୋଇଗଲା ବୋଲି ଭକ୍ତ ମାନେ କହିଛନ୍ତି। ଏହି ଦୁର୍ଲଭ ଦୃଶ୍ୟକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଛି। ଅନେକ ଏହାକୁ ମହାପ୍ରଭୁଙ୍କ ଶୁଭ ସଙ୍କେତ ବୋଲି ବିଶ୍ୱାସ କରୁଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ନେଇ ପୁରୀରେ ବର୍ଷା ଓ ପବନ ଲାଗି ରହିଥିବା ସମୟରେ ପତିତପାବନ ବାନାରେ ଏହି ଗଣ୍ଠି ଦେଖିବାକୁ ମିଳିଥିବା କୁହାଯାଉଛି। ୧୪ ହାତର ବାନାରେ ପ୍ରାୟ ୫ କିଲୋଗ୍ରାମ ଓଜନର ଗଣ୍ଠି ପଡ଼ିଥିବା ଅନୁମାନ କରାଯାଉଛି। ଏହି ଦୃଶ୍ୟକୁ ଦେଖି ଭକ୍ତମାନେ ମହାପ୍ରଭୁଙ୍କ ମହିମା ସ୍ମରଣ କରୁଛନ୍ତି।
କ’ଣ ଏହି ଶୂନ୍ୟ ଗଣ୍ଠି?
ପ୍ରଚଳିତ ବିଶ୍ୱାସ ଅନୁଯାୟୀ, ପବନରେ ନୀଳଚକ୍ରରେ ଲାଗିଥିବା ପତାକାଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇ ଏଭଳି ଗଣ୍ଠି ସୃଷ୍ଟି କରିଥାଏ। ଏହାକୁ ସାଧାରଣ ଗଣ୍ଠିଠାରୁ ଭିନ୍ନ ବୋଲି କୁହାଯାଏ। ଦଉଡ଼ିରେ ପଡ଼ୁଥିବା ଗଣ୍ଠି ଖୋଲି ହୋଇଯାଉଥିବା ବେଳେ ଶୂନ୍ୟ ଗଣ୍ଠି ସହଜରେ ଖୋଲେ ନାହିଁ ବୋଲି ଲୋକବିଶ୍ୱାସ ରହିଛି। ଚୁନରା ସେବାୟତମାନେ ଏହାକୁ ଶୁଭର ପ୍ରତୀକ ଭାବେ ବିଚାର କରୁଥିବା କୁହାଯାଏ। ଭକ୍ତମାନେ ମଧ୍ୟ ପତିତପାବନ ବାନାକୁ ଶ୍ରଦ୍ଧାର ସହ ଘରକୁ ନେଇ ଶୁଭକାର୍ଯ୍ୟରେ ରଖିଥାନ୍ତି। ପୂର୍ବରୁ ଲମ୍ବା ବାନାରେ ଏଭଳି ଗଣ୍ଠି ଦେଖିବାକୁ ମିଳୁଥିବା ବେଳେ ଏବେ ଏହା ବିରଳ ହୋଇପଡ଼ିଥିବା କୁହାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ତାଣ୍ଡବ ରଚିଲା ଅର୍ଣ୍ଣବ, ସମୁଦ୍ର ଜୁଆରରେ ଧୋଇଗଲା ମେରାଇନ୍ ଡ୍ରାଇଭ୍ ରାସ୍ତା
ମହାପ୍ରଭୁଙ୍କ ଉପରେ ଅତୁଟ ବିଶ୍ୱାସ
ବାତ୍ୟାକୁ ନେଇ ଚିନ୍ତିତ ଲୋକଙ୍କ ମଧ୍ୟରେ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡ଼ିବା ଘଟଣା ନୂଆ ଆଲୋଚନା ସୃଷ୍ଟି କରିଛି। ପୁରୀରେ ବର୍ଷାର ପ୍ରଭାବ ଆଶାଠାରୁ କମ୍ ରହିଥିବା ନେଇ ଦାବି କରାଯାଉଥିବା ବେଳେ କେତେକ ଭକ୍ତ ଏହାକୁ ମହାପ୍ରଭୁଙ୍କ କୃପା ଓ ଶୁଭ ସଙ୍କେତ ଭାବେ ଦେଖୁଛନ୍ତି।

Related Topics
Explore more stories