|
logo
Live
Argus News App
GET APP

Argus News - ଶ୍ରୀମନ୍ଦିର ସାତ ପାହାଚରେ ଠେଲାପେଲା; ଉଚ୍ଚସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

Odisha

Jagannath Temple / ଶ୍ରୀମନ୍ଦିର ସାତ ପାହାଚରେ ଠେଲାପେଲା; ଉଚ୍ଚସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଶ୍ରୀମନ୍ଦିର ସାତ ପାହାଚରେ ଠେଲାପେଲା; ଉଚ୍ଚସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
Protocol Darshan Controversy

Key Points

ପ୍ରୋଟୋକଲ୍ ଦର୍ଶନ ନେଇ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି, ଚୂଡ଼ାନ୍ତ କରାଯିବ । ସାତପାହାଚ ଠେଲାପେଲା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ତଦନ୍ତ ପରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ପୁରୀ: ଶ୍ରୀମନ୍ଦିରରେ ପ୍ରୋଟୋକଲ୍ ଦର୍ଶନ ଦାୟିତ୍ଵରେ ରହିବ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପ୍ରସ୍ତୁତ ହୋଇଛି ଏସଓପି । ପୋଲିସ କିମ୍ବା ଅଲଗା କେହି ପ୍ରୋଟୋକଲ୍ ଦାୟିତ୍ଵରେ ରହିବେ ନାହିଁ । ଶ୍ରୀମନ୍ଦିର ସାତ ପାହାଚରେ ଠେଲାପେଲା ଘଟଣା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ପ୍ରୋଟୋକଲ୍ ଦର୍ଶନ ନେଇ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି, ଚୂଡ଼ାନ୍ତ କରାଯିବ । ସାତପାହାଚ ଠେଲାପେଲା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ତଦନ୍ତ ପରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ କାର୍ଯ୍ୟାନୁଷ୍ଠାନ ନିଆଯିବ । ରବିବାର ସମନ୍ଵୟ ଅଭାବରୁ ଅସଙ୍ଗତି ହୋଇଛି କହି କ୍ଷମା ମାଗିଛନ୍ତି ମୁଖ୍ୟ ପ୍ରଶାସକ । ଏଥିସହ ଘଟଣା ପୁନରାବୃତ୍ତି ଯେଭଳି ନ ହେବ ସେନେଇ ସଂକଳ୍ପ ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ

ଏଣିକି ପ୍ରତି ମାସରେ ହେବ ମାସିକିଆ ସମନ୍ଵୟ ବୈଠକ । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ନୀତି ସହ ଜଡ଼ିତ ସମସ୍ତ ଅଧିକାରୀ ରହିବେ । ଶ୍ରୀମନ୍ଦିରରେ ମୋବାଇଲ୍ କଟକଣାକୁ କଡ଼ାକଡ଼ି କରାଯିବ । ଏହି ନିୟମ ଶ୍ରଦ୍ଧାଳୁଙ୍କ ଭଳି ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଲାଗୁ । ଜେଟିପି, ଚର୍ଚ୍ଚା କର୍ମଚାରୀ ଓ ପାଳିଆ ସେବାୟତ ଆବଶ୍ୟକତା ଅନୁସାରେ ମୋବାଇଲ୍ ବ୍ୟବହାର କରି ପାରିବେ । କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ।

ସେହିଭଳି ଜେଟିପି, ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ଖାଲି ଥିବା ପଦବୀ ପାଇଁ ସରକାରଙ୍କୁ ଅନୁରୋଧ କରିବ ଶ୍ରୀମନ୍ଦିର ପ୍ରଶାସନ । ବିଗତ ଦିନରେ ମୁଖ୍ୟ ଶାସନ ସଚିବ ଏବଂ ମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ବୈଠକ କରିଛି । ଆବଶ୍ୟକ ପଡ଼ିଲେ ଆଉଟ୍ ସୋର୍ସିଂ ଜରିଆରେ ଜେଟିପି ପୁଣି ମୁତୟନ ହେବେ ।

ଏଥିସହ ପଢ଼ନ୍ତୁ: ପ୍ରୋଟୋକଲ୍ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ଗଣ୍ଡଗୋଳ; ସକାଳଧୂପ ପରେ ଦର୍ଶନ ବନ୍ଦ

ରବିବାର ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଥିଲା । ମୁହାଁମୁହିଁ ହୋଇଥିଲେ ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ଵତନ୍ତ୍ର ସୁରକ୍ଷାକର୍ମୀ । ଶ୍ରୀମନ୍ଦିର ୭ ପାହାଚ ପୂର୍ବରୁ କୀର୍ତ୍ତନ ଚକଡ଼ାରେ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡକୁ ନେଇ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି । ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ବ୍ୟାରିକେଡ୍‌ରେ ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ବିରୋଧ କରିଥିଲେ ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ ଏବଂ ସେବାୟତ । ଯାହାକୁ ନେଇ ଶ୍ରୀମନ୍ଦିର ଭିତରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କିଛି ସମୟ ବନ୍ଦ ରହିଥିଲା । ମନ୍ଦିର କମାଣ୍ଡାରଙ୍କୁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଧକ୍କା ମାରିବା ସହ ଗାଳିମନ୍ଦ କରିଥିବା ଅଭିଯୋଗ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Jagannath Temple: ଶ୍ରୀମନ୍ଦିର ସାତ ପାହାଚରେ ଠେଲାପେଲା; ଉଚ୍ଚସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ | Argus News