ସିଂହଦ୍ଵାର ଖୋଲିବା ପୂର୍ବରୁ ଧସେଇ ପଶିବାକୁ ଉଦ୍ୟମ କଲେ ଯୁବକ
·10 months ago·1 min read

Key Points
ଶ୍ରୀମନ୍ଦିରକୁ ଧସେଇ ପଶିବାକୁ ଉଦ୍ୟମ
ଶ୍ରୀମନ୍ଦିର ଭିତରକୁ ବାଡ଼ି ଧରି ଧସେଇ ପଶିବାକୁ ଉଦ୍ୟମ
ସିଂହଦ୍ବାର ଖୋଲିବା ପୂର୍ବରୁ ପଶିବାକୁ ଉଦ୍ୟମ କଲେ ଯୁବକ
ହାତରେ ବାଡ଼ି ଧରି, ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରିଥିଲେ
ଶ୍ରୀମନ୍ଦିର ଭିତରକୁ ବାଡ଼ି ଧରି ଧସେଇ ପଶିବାକୁ ଉଦ୍ୟମ । କାବୁ କଲା ପୋଲିସ । ସକାଳୁ ସକାଳୁ ଘଟିଛି ଘଟଣା। ଶ୍ରୀମନ୍ଦିର ସିଂହଦ୍ଵାର ଦ୍ଵାର ଫିଟା ପୂର୍ବରୁ ଜଣେ ଯୁବକ ଆସି ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରଥମେ ନିଜ ବାଇକ୍ ସିଂହଦ୍ଵାର ସମ୍ମୁଖରେ ବ୍ୟାରିକେଡ ବାହାରେ ପାର୍କ କରିଥିଲେ ଯୁବକ ।ପରେ ଧରିଥିବା ବାଡିରେ ଅରୁଣ ସ୍ତମ୍ଭକୁ ପିଟିଥିଲେ ।
ତାପରେ ସିଂହଦ୍ଵାର ଦେଇ ମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ଯିବାକୁ ସେ ଉଦ୍ୟମ କରିବା ବେଳେ ପୋଲିସ ଓ ଜେଟିପିଙ୍କ ସହ ଯୁକ୍ତିତର୍କ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: