Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁରୀରେ ଚାଲିଛି ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି

Odisha

ପୁରୀରେ ଚାଲିଛି ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି

Ritu Das
Browse all articles by Ritu Das
·1 year ago·1 min read
ପୁରୀରେ ଚାଲିଛି ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି

ଆଜି ପୁରୀରେ ଚାଲିଛି ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି । ବର୍ଷକର ଏହି ଗୋଟିଏ ଦିନରେ ଗମ୍ଭୀରା ଭିତରକୁ ଯାଇ ଶ୍ରୀଲିଙ୍ଗ ଦର୍ଶନ କରିଥାନ୍ତି ଭକ୍ତ। ପାଦୁକା ଉଦ୍ଧାର ପରେ ସମ୍ପୁର୍ଣ୍ଣ ଦୃଶ୍ୟମାନ ହୁଏ ଶ୍ରୀଲିଙ୍ଗ । ବର୍ଷ ତମାମ ଫୁଲ,ବେଲପତ୍ର,ଦହି,କଦଳୀରେ ବୁଡି ରହୁଥିବା ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ଏହି ଏକାଦଶୀ ଠାରୁ ହିଁ ପାଳିତ ହୁଏ ଜାଗର ନୀତି। ତେଣୁ ଆଜିଠାରୁ ଲୋକନାଥ ପୀଠରେ ନାହିଁ ନଥିବା ଭିଡ । ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତି ୧୨ ଟା ୩୦ ରୁ ଦ୍ଵାର ଖୋଲା ହୋଇ ରାତି ୨ ଟା ସୁଦ୍ଧା ସରିଥିଲା ନୀତି। ରାତି ୨ଟାରୁ ସକାଳ ୫ ଟା ୩୦ ପର୍ଯ୍ୟନ୍ତ ହୋଇଥିଲା ପଙ୍କ ଉଦ୍ଧାର ।


ପରେ ଅନ୍ୟାନ୍ୟ ନୀତି ହୋଇ ସକାଳ ୭ ଟା ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଜଗତମଙ୍ଗଳ ଉଦ୍ଦେଶ୍ୟରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ବଡ଼ ଦୀପ ବସାଯାଇଛି । ଆସନ୍ତା ୨୬ ତାରିଖ ବୁଧବାର ଜାଗରଜାତ୍ରା ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ଓ ପୋଲିସ ପ୍ରଶାସନ । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ ଟା ୩୦ ରୁ ହେବ ଦ୍ଵାର ଖୋଲା । ଭୋର୍ ୪ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ହେବ ସର୍ବ ସାଧାରଣ ଦର୍ଶନ । ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ସହ ଉଠିବ ମହାଦୀପ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ୨୬ ତାରିଖ ମହାଶିବ ରାତ୍ରିରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Lokanath temple celebrated pankodhar ekadashi | Argus News