Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Murder in Puri: ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ, ସାଙ୍ଗକୁ ଛୁରି ଭୁସିଦେଲା ସାଙ୍ଗ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Murder in Puri: ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ, ସାଙ୍ଗକୁ ଛୁରି ଭୁସିଦେଲା ସାଙ୍ଗ

Key Points

ବିଳମ୍ବିତ ରାତିରେ ପୁରୀରେ ଗଡ଼ିଲା ମୁଣ୍ଡ । ପୁରୀ ବଳିଆପଣ୍ଡା ଥାନା ହୋଟେଲ ଷ୍ଟର୍ଲିଂ ମଙ୍ଗଳା ମୁହାଣ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

ପୁରୀ: ବନ୍ଧୁ ସାଜିଲା ବଇରି । ବିଳମ୍ବିତ ରାତିରେ ପୁରୀରେ ଗଡ଼ିଲା ମୁଣ୍ଡ । ପୁରୀ ବଳିଆପଣ୍ଡା ଥାନା ହୋଟେଲ ଷ୍ଟର୍ଲିଂ ମଙ୍ଗଳା ମୁହାଣ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ୨୧ ବର୍ଷୀୟ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ବକେୟା ଟଙ୍କାକୁ ନେଇ ମୃତକଙ୍କ ଅନ୍ତରଙ୍ଗ ବନ୍ଧୁ ହିଁ ତାଙ୍କୁ ମାରି ଦେଇଥିବା ଅନୁମାନ କରାଯାଉଛି ।


ମୃତକ ହେଉଛନ୍ତି ଥାନପତି ଲେନ୍‌ର ୨୧ ବର୍ଷୀୟ ରାଜେଶ ଓଝା । ହତ୍ୟାକାଣ୍ଡ ଖବର ପାଇ ସିଟି ଡିଏସ୍‌ପିଙ୍କ ସହ ବଳିଆପଣ୍ଡା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛନ୍ତି । ରାଜେଶଙ୍କୁ ସେହି ସ୍ଥାନରେ ହତ୍ୟା କରାଯାଇଛି ନା ଅନ୍ୟ କେଉଁଠି ମାରି ଫିଙ୍ଗି ଦିଆଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ ।


ଖବର ଅନୁସାରେ, ରାଜେଶଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ରଥଯାତ୍ରା ପୂର୍ବରୁ ତାଙ୍କୁ କାମ ଦେବା ପାଇଁ କୋଲକାତା ନେଇଥିଲେ । ଆଉ ସେଠାରେ କାମ ପାଇଁ ଧାର୍ଯ୍ୟ ହୋଇଥିବା ଟଙ୍କା ଦେଇ ନଥିଲେ । ଯାହାକୁ ନେଇ ରାଜେଶ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜେଶ ବକେୟା ଟଙ୍କା ମାଗିବା କାରଣରୁ ତାଙ୍କ ବନ୍ଧୁ ତାଙ୍କୁ ଛୁରି ଭୁସି ହତ୍ୟା କରିଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ଏକାକୀ ତାଙ୍କ ବନ୍ଧୁଙ୍କ ସମ୍ପୃକ୍ତି ରହିଛି ନା ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ? ସେ ଦିଗରେ ପୋଲିସ ତଦନ୍ତ କରୁଛି ।


ଅପରାଧ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Puri Shocker: Youth Brutally Murdered by Close Friend Over Money Dispute | Argus News | Argus News