୪୯ଜଣ ଚୋରଙ୍କୁ ବାନ୍ଧିଛି ପୁରୀ ପୋଲିସ
·1 year ago

Key Points
୪୯ଜଣ ଚୋରଙ୍କୁ ବାନ୍ଧିଛି ପୁରୀ ପୋଲିସ୍
୧୨୭ଟି ମୋବାଇଲ୍ ଫୋନ୍, ୪ଟି ସୁନା ଲକେଟ୍,୧ଟି ସୁନା କାନଫୁଲ ଜବତ
୩୫,୨୦୦ ନଗଦ ଟଙ୍କା ଜବତ ହୋଇଛି
୪୯ଜଣ ଚୋରଙ୍କୁ ବାନ୍ଧିଛି ପୁରୀ ପୋଲିସ୍। ରଥଯାତ୍ରା ସମୟରେ ଭକ୍ତଙ୍କ ପକେଟମାରରେ ସମ୍ପୃକ୍ତ ୪୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚୋରଙ୍କ ଠାରୁ ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୨୭ଟି ମୋବାଇଲ୍ ଫୋନ୍, ୪ଟି ସୁନା ଲକେଟ୍,୧ଟି ସୁନା କାନଫୁଲ,୨ଟି ସୁନା ଚେନ୍,୧ଟି ସୁନା ହାର, ଗୋଟିଏ ସୁନା ମଙ୍ଗଳସୂତ୍ର, ରୂପା ପରି ଅଙ୍ଗୁଠି ଏବଂ ଚେନ୍ ସହ ୩୫,୨୦୦ ନଗଦ ଟଙ୍କା ଜବତ ହୋଇଛି।
ଏନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ, ଚୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ୍ ସୂଚନା ଦେଇଛି। ଚୋରି ହୋଇଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ସେମାନଙ୍କ ସାମଗ୍ରୀ ପୋଲିସ ଫେରାଇଦେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: