Videos
|
Odisha

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ ପୋଲିସ

Smruti Parija
Browse all articles by Smruti Parija
·1 year ago·1 min read
ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ ପୋଲିସ

Key Points

ନୂଆବର୍ଷ ପାଇଁ ପୁରୀ ପୋଲିସର ପ୍ରସ୍ତୁତି । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ରହିବ ସିସିଟିଭି ବଳୟ ମଧ୍ୟରେ ।

ପୁରୀ: ନୂଆବର୍ଷ ପାଇଁ ପୁରୀ ପୋଲିସର ପ୍ରସ୍ତୁତି । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ରହିବ ସିସିଟିଭି ବଳୟ ମଧ୍ୟରେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ପୁରୀ ଏସ୍‌ପି ପ୍ରତିକ୍ରିୟା ରଖିଛନ୍ତି । ପୁରୀରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର 31 ତାରିଖ ଠାରୁ 1 ତାରିଖ ଭିଡ଼ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି ।


ପୁରୀର ମୁଖ୍ୟ ପ୍ରବେଶ ପଥରେ ଚେକିଂକୁ କଡାକଡି କରାଯିବା ସହ ଭୁବନେଶ୍ବରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି 31 ତାରିଖ ଠାରୁ 1 ତାରିଖ ପର୍ଯ୍ୟନ୍ତ ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ମେଡିକାଲ୍ ଛକଠାରୁ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ । 31 ତାରିଖ ଠାରୁ 1 ତାରିଖ ପର୍ଯ୍ୟନ୍ତ ମାର୍କେଟ ଛକଠାରୁ NO VEHICLE ZONE ହେବ । ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଏସପି କହିଛନ୍ତି ।


ନୂଆବର୍ଷକୁ ଦୃଷ୍ଟିରେ ରଖି ସମୁଦାୟ 60 ପ୍ଲାଟୁନ ପୋଲିସ ଫୋର୍ସ ପୁରୀରେ ମୁତୟନ କରାଯିବ ବୋଲି ପୁରୀ ଏସପି ପ୍ରତିକ୍ରିୟା ରଖିଛନ୍ତି । ନୂଆବର୍ଷରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଏହି ସବୁ ନିଷ୍ପତ୍ତି ନିଆଯାଇଛି ।

puri-police-fully-prepared-for-new-year | Argus News