Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ୍

Key Points

ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ୍

ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବେ ଆଣ୍ଟି କ୍ରାଇମ୍ ୟୁନିଟ୍

ଅପରାଧୀଙ୍କୁ ଧରିବେ

ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ୍ । ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବେ ଆଣ୍ଟି କ୍ରାଇମ୍ ୟୁନିଟ୍ । ସାଧା ପୋଷାକରେ ଜଗିବେ, ଅପରାଧୀଙ୍କୁ ଧରିବେ । ପୋଲିସ୍ ସ୍କାନରରେ ବଡ଼ ଵଡ଼ ଅପରାଧୀ । ଆଗକୁ ରଥଯାତ୍ରା ଥିବାରୁ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ କରିଛି ସ୍ବତନ୍ତ୍ର ଷ୍ଟ୍ରାଟେଜି । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଏସପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଅପରାଧ ନିୟନ୍ତ୍ରଣ ଅଭିଯାନ । ବଛା ବଛା ପୋଲିସ୍ ଅଧିକାରୀଙ୍କୁ ନେଇ ଏସପି ଗଠନ କରିଛନ୍ତି ସ୍ୱତନ୍ତ୍ର ଟିମ୍ ।


ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ଵାରା ୬ଟି କଣ୍ଟ୍ରିମେଡ୍ ବନ୍ଧୁକ, ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ,୨୦ ରୁ ଅଧିକ ଜୀବନ୍ତ ଗୁଳି ଜବତ କରାଯାଇଛି । ସହର ଓ ଆଖପାଖ ଅଞ୍ଚଳରେ ଚଢାଉ କରି ୫ରୁ ଅଧିକ ବଡ ବଡ ଅପରାଧୀଙ୍କୁ ଉଠାଇ ନେଇ ସେମାନଙ୍କ ଅପରାଧ ଇତିହାସ ଖୋଳତାଡ଼ ଆରମ୍ଭ କରାଯାଇଛି । ପୋଲିସ ଟିମର ଚଢାଉ ଜାରି ରହିଥିବା ବେଳେ ପୋଲିସ ଟାର୍ଗେଟରେ ରହିଛନ୍ତି ପ୍ରାୟ ୫୦ ଜଣ ଅପରାଧୀ । ଏହି ଅପରାଧୀମାନେ ବଡ଼ଦାଣ୍ଡ , ବେଳାଭୂମି, ବସ୍ତି ଅଞ୍ଚଳ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ବଟି ଆଦାୟ କରି ଅପରାଧ ସାମ୍ରାଜ୍ୟ ବିସ୍ତାର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
puri-police-launches-crime-control-campaign-for-rath-yatra | Argus News