Puri / ଶ୍ରୀକ୍ଷେତ୍ରରେ ପୁରୀ ପୋଲିସ ପକ୍ଷରୁ ପୟାଶ୍ରାଦ୍ଧ ପ୍ରସ୍ତୁତି

Key Points
ସୋମବାର ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ ପୁରୀ ପୋଲିସ ପକ୍ଷରୁ ପୟାଶ୍ରାଦ୍ଧ ପ୍ରସ୍ତୁତି। କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।।
ତେବେ ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ। ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ଚାରୋଟି ସ୍ଥାନ ନିରୂପଣ କରାଯାଇଛି। ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା। ଭୋର ୪ ଟା ରୁ ରାତି ୧୦ ଟା ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା। ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ୍ କରାଯାଇଛି ବୋଲି ପୁରୀ ଏସପି ପ୍ରତୀକ ସିଂ ଙ୍କ ସୂଚନା ଦେଇଛନ୍ତି।
ଏଥିସହ ପଢ଼ନ୍ତି: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର, ଏମାନଙ୍କୁ ମିଳିବନି ସୁଭଦ୍ରା ଟଙ୍କା
୨୦ ନା ୨୧ ତାରିଖ କେଉଁ ଦିନ ପାଳନ କରିବେ ଦୀପାବଳି ? ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ । ୨୦ ତାରିଖରେ ଦୀପାବଳି ପାଳିବାକୁ କହିଲା ମୁକ୍ତିମଣ୍ଡପ । ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ।
ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଓ ସମ୍ପାଦକ ପ୍ରଫୁଲ ମିଶ୍ର ଓ ଅନେକ ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ଯେ ୨୦ ତାରିଖରେ ହିଁ ଦିଆଯିବ ପୟାଶ୍ରାଦ୍ଧ । ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । କିନ୍ତୁ ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି ।
📱 Get Argus News App
✨Related Topics
Explore more stories