Videos
|
Odisha

Puri Rath Yatra / ଶରଧା ବାଲିରେ ଲାଗିପାରିଲାନି ଗୋଟିଏ ବି ରଥ; ସକାଳ ସାଢ଼େ ୯ରୁ ପୁଣି ରଥଟଣା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଶରଧା ବାଲିରେ ଲାଗିପାରିଲାନି ଗୋଟିଏ ବି ରଥ; ସକାଳ ସାଢ଼େ ୯ରୁ ପୁଣି ରଥଟଣା
Three Chariots Yet to Reach Gundicha Temple

Key Points

ବଡ଼ଦାଣ୍ଡରେ ଅଟକିଥିବା ତିନି ରଥ ଆଜି ଟଣା ହେବ
ସକାଳ ସାଢ଼େ ୯ଟାରୁ ପୁଣି ଆରମ୍ଭ ହେବ ରଥଟଣା
ଶନିବାର ମହାପ୍ରଭୁଙ୍କ ଆଡ଼ପ ବିଜେ ଅନୁଷ୍ଠିତ ହେବ
ରାତିସାରା ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭିଡ଼
ପୁରୀ: ବଡ଼ଦାଣ୍ଡରେ ଅଟକିଛି ତିନି ରଥ । ନନ୍ଦିଘୋଷ, ତାଳଧ୍ୱଜ ଆଉ ଦେବଦଳନ ରଥ ଉପରେ ବିରାଜମାନ କରିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ, ବଳଭଦ୍ର ଆଉ ଦେବୀ ସୁଭଦ୍ରା । ଗତକାଲି ଯେଉଁଠି ରଥ ଅଟକିଛି, ଆଜି ସେଇଠୁ ପୁଣି ଆରମ୍ଭ ହେବ ରଥଟଣା ।

ଆଜି ସକାଳ ସାଢ଼େ ୯ଟାରୁ ପୁଣି ରଥଟଣା ହେବାକୁ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ତିନି ରଥ ଶରଧା ବାଲିରେ ପହଞ୍ଚିବା ଲକ୍ଷ୍ୟ ରହିଛି । ଏହା ପରେ ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପ ବିଜେ ଅନୁଷ୍ଠିତ ହେବ । ଗତକାଲି ଦିନସାରା ପ୍ରଭୁଙ୍କ କୃପା ବର୍ଷା ଭଳି ଶ୍ରାବଣର ଝିପିଝିପି ବର୍ଷା ଲାଗି ରହିଥିଲା । ହେଲେ ଏ ବର୍ଷା କି ବାଧା କ'ଣ ଜଗନ୍ନାଥ ପ୍ରେମୀଙ୍କୁ ଅଟକାଇ ପାରିଥାନ୍ତା ?

ଏଥିସହ ପଢ଼ନ୍ତୁ: କାହିଁକି ମହାପ୍ରଭୁଙ୍କ ମସ୍ତକରେ ଲାଗେ ଟାହିଆ ? ଜାଣନ୍ତୁ ଅଜଣା ଇତିହାସ

ଜମାରୁ ନୁହେଁ ! ସେଇ ଭକ୍ତିର ଦଉଡ଼ିକୁ ହାତରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ଼ଠାକୁରଙ୍କୁ ନେବା ପାଇଁ ପ୍ରତିଟି ଜଗନ୍ନାଥ ପ୍ରେମୀ ଚାହିଁ ରହିଛନ୍ତି । ଗତକାଲି ରାତିସାରା ମୁକ୍ତ ଆକାଶ ତଳେ ରଥ ଉପରେ ବିରାଜମାନ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁଙ୍କ ଏହି ଦୁର୍ଲଭ ରୂପକୁ ଆଖିପୂରାଇ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୁକ୍ରବାର ରଥଟଣା ଓ ଶନିବାର ଆଡ଼ପ ବିଜେ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, "ଆଜି ସକାଳ ୯ଟା ୩୦ରେ ଆରମ୍ଭ ହେବ ରଥଟଣା । ଆଜି ରଥ ଉପରେ ସମ୍ପନ୍ନ ହେବ ସବୁ ନୀତିକାନ୍ତି । ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବେ ତିନି ରଥ । ତେବେ ଆଜି ହୋଇପାରିବ ନାହିଁ ଆଡ଼ପ ମଣ୍ଡପ ପହଣ୍ଡି । ଶନିବାର ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିବେ ।

ଏଥିସହ ପଢ଼ନ୍ତୁ: ବଡ଼ଦାଣ୍ଡରେ ଦିବ୍ୟ ତିନି ରଥ; କେଉଁ ରଥ ଦର୍ଶନ କଲେ ମିଳେ କେଉଁ ଲାଭ ?

ଗତକାଲି ଆଲୋକ ଅଭାବ ପାଇଁ ରଥଟଣା ବନ୍ଦ କରାଯାଇଥିଲା । ରଥଟଣା ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ ଭୋଇ ସର୍ଦ୍ଦାର । ଘୋଷଯାତ୍ରାରେ ପ୍ରତିକୂଳ ପାଗ ସତ୍ତ୍ବେ ଶ୍ରୀକ୍ଷେତ୍ରରେ ୧୦ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସନ୍ଧ୍ୟାରେ ରଥଟଣା ବନ୍ଦ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।