Videos
|
Odisha

ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପୁରୀ ରଥଯାତ୍ରାରେ ବ୍ୟବହୃତ ଅଖ ଚକ

Smruti Parija
Browse all articles by Smruti Parija
·1 year ago·1 min read
ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପୁରୀ ରଥଯାତ୍ରାରେ ବ୍ୟବହୃତ ଅଖ ଚକ

କୋରାପୁଟ: ପୁଣ୍ୟ ମାସ କାର୍ତ୍ତିକ ଶୁକ୍ଳ ପକ୍ଷ ବଡ଼ ଏକାଦଶୀ ତିଥିରେ ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ସେହିପରି କୋରପୁଟ ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ଲୋକଙ୍କ ଗହଳି ଚହଳି ଲାଗିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁରୀ ରଥଯାତ୍ରା ସମୟରେ ରଥରେ ବ୍ୟବହାର ହୋଇଥିବା ରଥର ଅଖ ଚକ ଆସି ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଛି । 

କୋରପୁଟରେ ଚକ ପହଁଚିବା ପରେ ସହର ପରିକ୍ରମାରେ ନିଆଯାଇଥିଲା । ବାଜା କୀର୍ତ୍ତନ ସହ ଜୟ ଜଗନ୍ନାଥ ଧ୍ୱନି ଦିଆଯିବା ସହ ଭଜନ କୀର୍ତ୍ତନ କରି ବଡ଼ ଆଡମ୍ବରର ସହ ଶାବର ଶ୍ରୀକ୍ଷେତ୍ରରେ ଅସ୍ଥାୟୀ ସ୍ନାନ ମଣ୍ଡପରେ ଚକ ଅଖ ରଖାଯାଇଛି । 51 ହଜାର ଟଙ୍କାର ଏହି ଅଖ ଚକ ପୁରୀ ମନ୍ଦିର ପରିଚାଳନା କମିଟିଙ୍କୁ ଅର୍ଥ ପୈଠ କରଯାଇଥିଲା । 

 ପୁରୀ ଶ୍ରୀକ୍ଷେତ୍ର ରଥ ଯାତ୍ରା ସମୟରେ ରଥରେ ବ୍ୟବହାର ହେଇଥିବା ଏହି ରଥର ଅଖ ଚକକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଛି । କୋଟି କୋଟି ଶ୍ରଦ୍ଧାଳୁ ରଥ ଚକକୁ ନତ ମସ୍ତକ କରି ନିଜକୁ ଧନ୍ୟ ମନେ କରନ୍ତି । ଆଜି ସେହି ରଥ ଚକ କୋରାପୁଟରେ ପହଞ୍ଚିଛି । ଯାହାର ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
puri-rathayatra-ratha-whee-reached-to-koraput-jagannatha-temple | Argus News