ବଡଠାକୁରଙ୍କ ପହଣ୍ଡିରେ ଅଘଟଣ : ଆସିଲା ରିପୋର୍ଟ

ଅର୍ଗସ ବ୍ୟୁରୋ : ଆଡ଼ପ ମଣ୍ଡପ ପହଣ୍ଡିରେ ବଡ଼ ଠାକୁର ପଡ଼ିବା ଘଟଣାରେ ଆସିଲା ତଦନ୍ତ ରିପୋର୍ଟ । ରଥଯାତ୍ରାରେ ବଳଭଦ୍ରଙ୍କ ପହଣ୍ଡି ଅଘଟଣର ତଦନ୍ତ ତିନି ଜଣିଆ କମିଟି କରୁଥିବା ବେଳେ ଏବେ ତଦନ୍ତ ଶେଷ ହୋଇଛି । ତଦନ୍ତ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କୁ ପ୍ରଦାନ କରିଛନ୍ତି କମିଟି ସଦସ୍ୟ।
ରିପୋର୍ଟ ହସ୍ତଗତ ହୋଇଥିବା ନେଇ `X' ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଉପରେ ଆଲୋଚନା ହେବ। ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ସୂଚନା ଅନୁସାରେ ଆଡପ ପହଣ୍ଡି ବିଜେ ବେଳେ ବଡ ଅଘଟଣ ହୋଇଥିଲା । ବଳଭଦ୍ରଙ୍କ ପହଣ୍ଡି ସମୟରେ ବଡ ଅଘଟଣ ହୋଇଥିଲା । ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ ପ୍ରଭୁ ବଳଭଦ୍ର। ଡୋର ଖସି ଯିବାରୁ ଘଟିଲା ଏଭଳି ଅଘଟଣ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ପହଣ୍ଡି ସମୟରେ ଅଘଟଣ ହୋଇଥିଲା । ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଥିଲା ଅଘଟଣ । ପହଣ୍ଡି ବିଜେ ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଥିଲେ ବଳଭଦ୍ର । ଏହି ଘଟଣାରେ ୫ ଜଣ ସେବାୟତ ଆହତ ।