ପୁରୀରେ ଦିନକୁ ଦିନ ବଢୁଛୁ ଦୁର୍ବୃତ୍ତଙ୍କ ଆତଙ୍କରାଜ

Key Points
ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ
ଆକ୍ରମଣର ଶିକାର ହୋଇଥିବା ଯୁବକ ସଦର ଥାନା ଅଙ୍କି ପାଟଣାର ବାବୁ ବରାଳ
ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଯୁବକ
ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରି କଲେ ଲହୁଲୁହାଣ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ଅଙ୍କି ପାଟଣାର ବାବୁ ବରାଳ।, ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ହସ୍ପିଟାଲ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁର୍ବୁତ୍ତ ମାନେ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଦୁର୍ବୁତ୍ତମାନେ ଅତି ଅମାନୁଷିକ ଭାବେ ଯୁବକଙ୍କୁ ଲୁହା ଜିଆଇ ପାଇପରେ ଆକ୍ରମଣ କରିଛନ୍ତି। ବୁଧିଆବର ଛକ କଳଘର ନିକଟରେ ଏହି ଘଟଣା ଘଟିଛି । ସଦର ଥାନାରେ ଏ ନେଇ ଅଭିଯୋଗ ହୋଇଥିବାବେଳେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାଣ୍ଡବ ବେହେରା ଓ ବିଜୁ ରାଉତ।
ଖବର ଅନୁଯାୟୀ, କିଛି ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ଜଣେ ଯୁବକଙ୍କୁ ଲୁହା ଜିଆଇ ପାଇପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏପିରିକି ଯୁବକଙ୍କ ଦୁଇ ଗୋଡ଼ ଓ ହାତକୁ ଦୁର୍ବୃତ୍ତମାନେ ଲୁହା ପାଇପରେ ଆକ୍ରମଣ କରି ଭାଙ୍ଗି ଦେଇଛନ୍ତି । ପୁରୀ ବୁଧିଆବର ଛକ କଳଘର ନିକଟରେ ଏହି ଘଟଣା ଘଟିଛି । ସଦର ଥାନା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।
ସେପଟେ ଆକ୍ରମଣ ପରେ ପୁରୀ ସଦର ଥାନାରେ ବାବୁ ବରାଳଙ୍କ ପତ୍ନୀ ସୁମୁତ୍ରା ବରାଳ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡିଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀ ଏସ୍ପି ପ୍ରତୀକ ସିଂ ଘଟଣାକୁ ଗୁରୁତର ସହ ନେଇ ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।