Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Breaking / ପୁରୀ ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲେ ବଙ୍ଗୀୟ ପର୍ଯ୍ୟଟକ

Rashmita Mishra
Browse all articles by Rashmita Mishra
·10 months ago·1 min read
ପୁରୀ ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲେ ବଙ୍ଗୀୟ ପର୍ଯ୍ୟଟକ

Key Points

ମୃତ୍ୟୁ ମୁଖରୁ ବର୍ତ୍ତିଲେ ବଙ୍ଗୀୟ ପର୍ଯ୍ୟଟକ
ପୁରୀ ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲେ ବଙ୍ଗୀୟ ପର୍ଯ୍ୟଟକ
ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଲାଇଫ୍ ଗାର୍ଡ
ସମୁଦ୍ରରେ ସ୍ନାନ କରିବା ବେଳେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଲାଇଫ୍ ଗାର୍ଡ। ପୁରୀ ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲେ ବଙ୍ଗୀୟ ପର୍ଯ୍ୟଟକ। ପୁରୀ ସମୁଦ୍ରରେ ସ୍ନାନ କରିବା ସମୟରେ ଉଚ୍ଚ ଲହଡ଼ି ମାଡ ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ୨୮ ବର୍ଷୀୟ ଯୁବକ ପ୍ରିୟଵ୍ରତ ଦାସ। ପ୍ରିୟବ୍ରତ ପରିବାର ସହ ପୁରୀ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଓ ଉଚ୍ଚ ଲହଡି ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ।

ପରିବାର ଲୋକେ ଏହା ଦେଖି ସ୍ଥାନୀୟ ଲାଇଫ ଗାର୍ଡଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ତାଙ୍କୁ ଗଭୀର ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିଲା। ସେକ୍ଟର ୧୨ ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ସୁରକ୍ଷିତ ଉଦ୍ଧାର ଲାଇଫଗାର୍ଡଙ୍କୁ ପ୍ରାଥମିକ ଚିକିତ୍ସା ଦେବାପରେ ସେ ସୁସ୍ଥ ଥିବା ଜଣାପଡିଛି। ତେବେ କିଛି ଅମାନିଆ ପର୍ଯ୍ୟଟକ ଲାଇଫଗାର୍ଡଙ୍କ କଥା ନଶୁଣି ଗଭୀର ସମୁଦ୍ରକୁ ସ୍ନାନ କରିବାକୁ ଯାଉଥିବାରୁ ପ୍ରାୟ ଏଭଳି ଘଟଣା ଘଟୁଛି।


ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Breaking | Argus News | Argus News