Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Deep Sea Boating / ପୁରୀରେ ଜୀବନ ସହ ଖେଳ! ସମୁଦ୍ରରେ ବିପଦପୂର୍ଣ୍ଣ ବୋଟିଂ

Bikash Mohanty
Browse all articles by Bikash Mohanty
·4 months ago·2 min read
 ପୁରୀରେ ଜୀବନ ସହ ଖେଳ! ସମୁଦ୍ରରେ ବିପଦପୂର୍ଣ୍ଣ ବୋଟିଂ
sea beach

Key Points

ପୁରୀ ସମୁଦ୍ରରେ କେତେ ସୁରକ୍ଷିତ ପର୍ଯ୍ୟଟକ ?
ସମୁଦ୍ରରେ ପର୍ଯ୍ୟଟକଙ୍କୁ ବୋଟିଂର ମଜା ଦେବାକୁ କେତେ ଯତ୍ନବାନ ପ୍ରଶାସନ?
ପୁରୀ ସମୁଦ୍ରରେ କେତେ ସୁରକ୍ଷିତ ପର୍ଯ୍ୟଟକ ? ଗଭୀର ସମୁଦ୍ରରେ ପର୍ଯ୍ୟଟକଙ୍କୁ ବୋଟିଂର ମଜା ଦେବାକୁ କେତେ ଯତ୍ନବାନ ପ୍ରଶାସନ? ଗତକାଲି ପୁରୀ ବେଳାଭୂମିରେ ତିନୋଟି ଡଙ୍ଗା ବିପଦପୂର୍ଣ୍ଣ ଭାବେ ବିନା ଲାଇଫ୍ ଜାକେଟରେ କିଛି ଲୋକଙ୍କୁ ନେଇ ଜଳକ୍ରୀଡା କରିବା ପରେ ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ। ଏଭଳି ବିପଦପୂର୍ଣ୍ନ ଷ୍ଟଣ୍ଟକୁ ବେଆଇନ୍ କହିବା ସହ ଘଟଣାର ତଦନ୍ତ କରାଯାଉଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଡଙ୍ଗା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଦିବ୍ୟଜୌତି ପରିଡା କହିଛନ୍ତି।

ପର୍ଯ୍ୟଟନ ସହର ପୁରୀରେ କେତେ ସୁରକ୍ଷିତ ପର୍ଯ୍ୟଟକ? ଗଭୀର ସମୁଦ୍ରରେ ପର୍ଯ୍ୟଟକଙ୍କୁ ବୋଟିଂର ମଜା ଦେବା ବଦଳରେ, ସେମାନଙ୍କୁ ମରଣ ମୁହଁକୁ ଠେଲି ଦିଆଯାଉଛି କି ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଗତକାଲିର ଘଟଣା ପରେ ଏବେ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି। ହୋଲି ଅବସରରେ ସମୁଦ୍ର ତଟରୁ ପ୍ରାୟ ୨୦୦ ମିଟର ଦୂରରେ ତିନୋଟି ଡଙ୍ଗାରେ ବିପଦପୂର୍ଣ୍ଣ ଜଳକ୍ରୀଡ଼ାର ଦୃଶ୍ୟ ସାମ୍ନାକୁ ଆସିଛି। ବିନା ଲାଇଫ୍ ଜ୍ୟାକେଟ୍‌ ଓ ବିନା ସୁରକ୍ଷା ବ୍ୟବସ୍ଥାରେ କ୍ଷମତାଠାରୁ ଅଧିକ ଲୋକଙ୍କୁ ବସାଇ ଚାଲିଥିଲା ବୋଟିଂ। କେବଳ ସେତିକି ନୁହେଁ, ଡଙ୍ଗାରେ କିଛି ଯୁବକ ବିପଦପୂର୍ଣ୍ଣ ଭାବେ ନାଚୁଥିବା ବେଳେ କିଛି ଯୁବକ ଗଭୀର ସମୁଦ୍ରକୁ ଲମ୍ଫ ମାରୁଥିବା ମଧ୍ୟ ଦେଖାଯାଇଥିଲା।

ଏବେ ପ୍ରଶ୍ନ ଉଠୁଛି ମୋଟର ଚାଳିତ ଡଙ୍ଗାରେ ଏଭଳି ବିପଦପୂର୍ଣ୍ଣ ଜଳକ୍ରୀଡ଼ା ପାଇଁ ଅନୁମତି ଦେଲା କିଏ? ଅଗ୍ନିଶମ ବିଭାଗ କିମ୍ବା ବେଳାଭୂମି ସୁରକ୍ଷା କର୍ମୀଙ୍କ ନଜର ଏହା ଉପରେ କିଭଳି ପଡ଼ିଲାନି?

ସାଧାରଣ ଲୋକଙ୍କ କହିବା ଅନୁସାରେ, ଏମାନେ ପେଣ୍ଠକଟା ମତ୍ସ୍ୟଜୀବୀ ସଂପ୍ରଦାୟର ନୋଳିଆ। ପୋଙ୍ଗଲ ଓ ହୋଲି ସମୟରେ ସେମାନେ ମଜା କରିବାକୁ ଏଭଳି ସମୁଦ୍ର ଭିତରକୁ ଯାଆନ୍ତି। ତେବେ ଏହି ଘଟଣାକୁ ଅଗ୍ନିଶମ ବିଭାଗ ବେଆଇନ୍ କହିବା ସହ ତଦନ୍ତ ଆରମ୍ଭ କରିଛି। ଖବର ପ୍ରସାରଣ ପରେ ଆଜି ପ୍ରଶାସନ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥାକୁ ସୁରକ୍ଷିତ ଜଳକ୍ରୀଡ଼ା ପାଇଁ ଅନୁମତି ଦିଆଯାଇଛି। "ପୁରୀ ସିଫେରାର୍ସ ପ୍ରାଇଭେଟ୍ ଲିମିଟେଡ୍" ପକ୍ଷରୁ ଜେଟସ୍କି, ସ୍ପିଡ୍ ବୋଟ୍ ସହ ଲାଇଫ୍ ଜ୍ୟାକେଟ୍ ଓ ସମୁଦ୍ର ଭିତରେ CCTV ନଜର ରଖିବା ଭଳି ବ୍ୟବସ୍ଥା କରାଯାଇଛି।

ଅଭିଜ୍ଞ ମତ୍ସ୍ୟଜୀବୀ ହୁଅନ୍ତୁ କିମ୍ବା ଉତ୍ସାହୀ ପର୍ଯ୍ୟଟକ ବିନା ଲାଇଫ୍ ସପୋର୍ଟରେ ସମୁଦ୍ର ସହ ଖେଳିବା ଜୀବନ ପ୍ରତି ବିପଦ। ବେଆଇନ ବୋଟିଂ ରୋକିବା ଦିଗରେ ପ୍ରଶାସନର ପଦକ୍ଷେପ କେତେ ଦୂର କାର୍ଯ୍ୟକାରୀ ହେଉଛି, ତାହା ଦେଖିବାକୁ ବାକି ରହିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deep Sea Boating | Puri Sea Tourist Safety & Deep Sea Boating | Administration Preparedness | Argus News