Videos
|
Odisha

ଶ୍ରୀମନ୍ଦିରରେ ଦର୍ଶନବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପଦକ୍ଷେପ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଶ୍ରୀମନ୍ଦିରରେ ଦର୍ଶନବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପଦକ୍ଷେପ

ଶ୍ରୀମନ୍ଦିରରେ ଦର୍ଶନବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପଦକ୍ଷେପ । ଖୁବ ଶୀଘ୍ର ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ସ୍ଥାନାନ୍ତର ହେବ ହୁଣ୍ଡି, ଲାଗୁ ହେବ ନାଟ ମଣ୍ଡପ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା । ଶିଶୁ, ମହିଳା, ବୟସ୍କ ଙ୍କ ପାଇଁ ବ୍ୟବସ୍ଥିତ ଦର୍ଶନ ଉପରେ ଗୁରୁତ୍ବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ଏସପି ଭିନୀତ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର ।


ସାତପାହାଚ ଠାରୁ ନାଟମଣ୍ଡପ ମଧ୍ୟରେ କମ୍ ସମୟରେ ଅଧିକ ଲୋକଙ୍କୁ କିପରି ଦର୍ଶନ ସୁବିଧା ଯୋଗାଇ ଦିଆଯିବ ସେନେଇ ହୋଇଛି ମାନସ ମନ୍ଥନ । ଆଗାମୀ ଦିନରେ ଲାଗୁ ହେବାକୁ ଥିବା ନାଟ ମଣ୍ଡପ ସ୍ବତନ୍ତ୍ର ଧାଡ଼ି ଦର୍ଶନ ଉପରେ ମଧ୍ୟ ସମୀକ୍ଷା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
puri shree jagannath temple Steps to Streamline Visitation | Argus News