ତିଥିକୁ ନେଇ ଆଉ ରହିବନି ଦ୍ଵନ୍ଦ୍ଵ, ଧନ୍ଦି ହେବେନି ଲୋକେ ; ଭୁଲ୍ କଲେ ହେବ କାର୍ଯ୍ୟାନୁଷ୍ଠାନ

Key Points
ଶ୍ରୀମନ୍ଦିରରେ ପ୍ରଚଳିତ ତିଥିକୁ ନେଇ ରହିବନି ତାରତମ୍ୟ । ଭୁଲ୍ ଭଟ୍ଟକା ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠନ । ଶ୍ରୀମନ୍ଦିର ପକ୍ଷରୁ ୫ଟି ପଞ୍ଜିକାକୁ ସ୍ଵୀକୃତି ଦିଆ ଯାଇଛି ।
ପୁରୀ: ଦ୍ଵନ୍ଦ୍ଵ ବଢ଼ାଇବନି ଭିନ୍ନ ତିଥି, ଆଉ ଧନ୍ଦି ହେବେନି ଲୋକ । ଶ୍ରୀମନ୍ଦିରରେ ପ୍ରଚଳିତ ତିଥିକୁ ନେଇ ରହିବନି ତାରତମ୍ୟ । ଭୁଲ୍ ଭଟ୍ଟକା ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠନ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ପଞ୍ଜିକା ସମୀକରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
୮ ପଞ୍ଜିକା ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଥି ମଧ୍ୟରୁ ୫ ଜଣ ପାଣ୍ଡୁଲିପି ଦାଖଲ କରିଥିଲେ । ବୈଠକରେ ଶ୍ରୀମନ୍ଦିର ବାର୍ଷିକ ପର୍ବପର୍ବାଣୀ ଅନୁମୋଦିତ ହୋଇଛି । ତାହାକୁ ପାଞ୍ଜିକାର ମାନେ ନିର୍ଭୁଲ୍ ଭାବେ ପାଞ୍ଜିରେ ପ୍ରକାଶନ କରିବାକୁ ସହମତି ଦେଇଛନ୍ତି ।
📱 Get Argus News App
✨ଶ୍ରୀମନ୍ଦିର ପକ୍ଷରୁ ୫ଟି ପଞ୍ଜିକାକୁ ସ୍ଵୀକୃତି ଦିଆ ଯାଇଛି । ଶ୍ରୀମନ୍ଦିର ସ୍ଵୀକୃତି ପାଇଥିବା ୫ଟି ପାଞ୍ଜି ହେଲା- ରାଧାରମଣ, କୋହିନୂର, ଅରୁଣଦୋୟ, ଜିଏନ୍ ତ୍ରିପାଠୀ, ଭାଗ୍ୟଦୀପ । ଜନସାଧାରଣ ଏହି ୫ଟି ପଞ୍ଜିକାକୁ ଗ୍ରହଣ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ପୂର୍ବରୁ ସରସ୍ଵତୀ ପୂଜା, ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟ ପରାଗର ତିଥିକୁ ନେଇ ଦ୍ଵଦ୍ଵ ସୃଷ୍ଟି ହୋଇଥିଲା । ସରସ୍ୱତୀ ପୂଜା ଫେବ୍ରୁଆରୀ ୨ ତାରିଖରେ ହେବ ନା ଫେବ୍ରୁଆରୀ ୩ ତାରିଖରେ ତାକୁ ନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ମତ ରହିଥିଲା ।
