Videos
|
Odisha

Puri Snana Yatra / ପୁରୀରେ ସ୍ନାନ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି... ଭକ୍ତଙ୍କ ସୁରକ୍ଷା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ

Rashmita Mishra
Browse all articles by Rashmita Mishra
·1 month ago·2 min read
ପୁରୀରେ ସ୍ନାନ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି... ଭକ୍ତଙ୍କ ସୁରକ୍ଷା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ
Puri Snana Yatra

Key Points

ପୁରୀରେ ସ୍ନାନ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ଼...
ସୁରକ୍ଷା ଓ ଅଘଟଣ ଏଡ଼ାଇବାକୁ ମୁତୟନ ହେବ ୭୯ ପ୍ଲାଟୁନ ଫୋର୍ସ

ମହାପ୍ରଭୁଙ୍କ ସ୍ନାନ ଲୀଳା ପାଇଁ ପ୍ରସ୍ତୁତ ହେଲାଣି ମର୍ତ୍ତ ବୈକୁଣ୍ଠ ଶ୍ରୀକ୍ଷେତ୍ର ପୁରୀ... ସ୍ନାନ ପହଣ୍ଡି ଦେଖିବାକୁ ୧୫୦ ଟଙ୍କାର ସର୍ବାଧିକ ୧୦ହଜାର ପହଣ୍ଡି ଟିକେଟ ହେବ ବିକ୍ରି । ଭକ୍ତଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୭୯ ପ୍ଲାଟୁନ୍ ପୋଲିସ୍ ଫୋର୍ସ । ମାର୍କେଟ ଛକରୁ ବ୍ୟାରିକେଡ଼ ଦେଇ ଯିବେ ଭକ୍ତ । ସେପଟେ ପହଣ୍ଡି ବେଳେ କିମ୍ବା ସ୍ନାନ ବେଦୀରେ ଶ୍ରୀଅଙ୍ଗ ଛୁଇଁବାକୁ ହୋଇଛି ନିଷେଧ । ସିସିଟିଭି ମନିଟରିଂରେ ରହିବ ଆନନ୍ଦ ବଜାର ଓ ସ୍ନାନ ବେଦୀ ଚତୁଃପାର୍ଶ୍ୱ ।

ଆଉ ମାତ୍ର ଦୁଇ ଦିନପରେ ମର୍ତ୍ତ୍ୟ ବୈକୁଣ୍ଠ ଦେଖିବ ଦେବଲୀଳା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ଲମ୍ବିଲାଣି ବ୍ୟାରିକେଡ଼ । ପ୍ରଶାସନିକ ପ୍ରସ୍ତୁତି ଜୋର୍ ଧରିଥିବା ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥାବଳୀ । ସ୍ନାନ ପୂର୍ଣ୍ଣିମା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ୧୫ ଜଣ ଏସପି ପାହ୍ୟାର ଅଧିକାରୀ ସମେତ ୩୦ ଡିଏସପି ନେବେ ଦାୟିତ୍ୱ ।

ଏଥି ସହିତ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପାହ୍ୟାର ୩୨୦ ଅଫିସର୍ ମୁତୟନ ରହିବେ । ଶ୍ରୀମନ୍ଦିର ଭିତର, ବାହାର, ଟ୍ରାଫିକ, କଣ୍ଟ୍ରୋଲ ରୁମ୍, ରୁଫ ଟପ୍ ଆରେଞ୍ଜମେଣ୍ଟ ଏଭଳି ପର୍ଯ୍ୟାୟରେ କ୍ରାଉଡ୍ ମ୍ୟାନେଜମେଣ୍ଟ ଓ ସୁରକ୍ଷା ମ୍ୟାନେଜମେଣ୍ଟ କରିବ ପୋଲିସ୍ । ଶ୍ରୀମନ୍ଦିର ଭିତର ବାହାର ହୋଇ ୧୪ ସେକ୍ଟରରେ ସୁପରଭିଜନ କରିବେ ଦକ୍ଷ ଅଫିସର୍ ।

ଅନ୍ୟପଟରେ ୧୫୦ ଟଙ୍କା ବିଶିଷ୍ଟ ୧୦ ହଜାର ପହଣ୍ଡି ଦର୍ଶନ ଟିକେଟ ବିକ୍ରି ପାଇଁ ହୋଇଛି ପ୍ରଶାସନିକ ନିଷ୍ପତ୍ତି । ସେପଟେ ବ୍ୟବସ୍ଥାବଳୀ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ ରହିଛି । ସ୍ନାନ ମଣ୍ଡପକୁ ବିଜେ ସମୟରେ ୧୫୦ ଘଣ୍ଟୁଆ ଓ ମଣ୍ଡପରୁ ବାହୁଡ଼ା ବିଜେ ବେଳେ ୮୪ ଜଣ ଘଣ୍ଟୁଆ ଘଣ୍ଟ ବଜାଇବାକୁ ବ୍ୟବସ୍ଥାବଳୀରେ ଉଲ୍ଲେଖ ରହିଛି ।

ଠାକୁର ରୁନ୍ଧା ହେବା ପରେ ସମ୍ମୁଖ ଭାଗରେ ରହିବା ତଥା ଶ୍ରୀଅଙ୍ଗରେ ଭରା ଦେଇ ଛିଡା ହେବାକୁ ରହିଛି ବାରଣ । ଗଜବେଶକୁ ଅକ୍ଷତ ରଖିବା ନିମନ୍ତେ ଦଇତାପତି ନିଯୋଗର ସହଯୋଗ କରିବାକୁ ୬ ଦକ୍ଷ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଜିଉଙ୍କୁ ଦର୍ଶନାର୍ଥି ସ୍ପର୍ଶ କରିବାକୁ ନିଷେଧ ରହିଛି ।

ସ୍ନାନଯାତ୍ରା ପାଇଁ ପୋଲିସ୍ ତରଫରୁ ଟ୍ରାଫିକ ଆଡଭାଇଜରି ଜାରି ହୋଇଛି । ଦୁଇଚକିଆ ଯାନକୁ ସର୍ବାଧିକ ମାର୍କେଟ ଛକ ପର୍ଯ୍ୟନ୍ତ ଓ ଚାରି ଚକିଆ ଯାନକୁ ଶ୍ରୀସେତୁ ଦେଇ ଜେବିପିସି ପର୍ଯ୍ୟନ୍ତ ଅନୁମତି ରହିଛି । ପାର୍କିଂ ଫୁଲ ଥିଲେ ଅନ୍ୟ ବିକଳ୍ପ ଜାରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Puri Snana Yatra | Puri Gears Up for Snana Yatra 2026 | Argus News