Videos
|
Odisha

Suna Besha / ବୁଧବାର ଶ୍ରୀମନ୍ଦିରରେ ଦଶହରା ପର୍ବ, ଦଶହରା ନୀତି ସାରି ସୁନା ବେଶ ଅନୁଷ୍ଠିତ ହେବ

Bikash Mohanty
Browse all articles by Bikash Mohanty
·1 hour ago·1 min read
ବୁଧବାର ଶ୍ରୀମନ୍ଦିରରେ ଦଶହରା ପର୍ବ, ଦଶହରା ନୀତି ସାରି ସୁନା ବେଶ ଅନୁଷ୍ଠିତ ହେବ
Suna Besha

Key Points

ବୁଧବାର ଶ୍ରୀମନ୍ଦିରରେ ଦଶହରା ପର୍ବ 
ବୁଧବାର ମହାପ୍ରଭୁଙ୍କ ସୁନା ବେଶ
ରଥରେ ଦୁର୍ଗାମାଧବ ବିଜେ ହେବେ ।
ପୁରୀ,୧୯/୧୦: ବୁଧବାର ଶ୍ରୀମନ୍ଦିରରେ ବିଜୟାଦଶମୀ ତଥା ଦଶହରା ପର୍ବ । ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ବଲ୍ଲଭ ମଠ ସ୍ଥିତ ମହାଖଳାକୁ ବିଜେ ହେବେ । ରଥରେ ଦୁର୍ଗାମାଧବ ବିଜେ ହେବେ । ଦଶହରା ନୀତି ସାରି ସୁନା ବେଶ ଅନୁଷ୍ଠିତ ହେବ । ଶ୍ରୀମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଦଶହରା ପଦା ତଥା ଶ୍ରୀଜଗନ୍ନାଥ ଠାକୁରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରଦ୍ଧାଳୁମାନେ ଦଶହରାରେ ମହାପ୍ରଭୁଙ୍କ ରାଜାଧିରାଜ ତଥା ସୁନାବେଶ ଦର୍ଶନ ସହ ଦଶହରା ନୀତି ଦେଖିବାର ସୌଭାଗ୍ୟ ଲଭିବେ ।

ସେହିଭଳି ଆସନ୍ତା ୨୨ ତାରିଖ ଗୁରୁବାର ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ପାଳନ ଅବସରରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ଏଥିସହ ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ । କାର୍ତ୍ତିକ ହେଉଛି ଶ୍ରେଷ୍ଠ ଧର୍ମ ମାସ । ପଦ୍ମ ପୁରାଣ ଅନୁସାରେ ଏହି ମାସରେ ଶ୍ରୀବିଷ୍ଣୁ ହେଉଛନ୍ତି ଦାମୋଦର । ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୁଣ୍ୟ ମାସ । ରାଧାଙ୍କ ସହ ଶ୍ରୀକୃଷ୍ଣ ତଥା ମାଧବଙ୍କ ଉପାସନା ସର୍ବାଦୃତ । ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତି କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: