Videos
|
Odisha

ସେପ୍ଟେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ

Sushanta Sahoo
Browse all articles by Sushanta Sahoo
·11 months ago·1 min read
ସେପ୍ଟେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ

Key Points

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେଲେ ଭକ୍ତ ସୁରୁଖୁରୁରେ ଦର୍ଶନ କରିପାରିବେ । ବାହାର କାଠ ପାଖରେ ଆଉ ଭିଡ଼ ହେବ ନାହିଁ ।

ଭୁବନେଶ୍ଵର: ଖୁବଶୀଘ୍ର ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତରଣ ନେଇ ନିଷ୍ପତ୍ତି ନିଆଯିବ । ଏହା ପରେ ସେପ୍ଟେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।


ମନ୍ତ୍ରୀ କହିଛନ୍ତି, ହୁଣ୍ଡି ସ୍ଥାନାନ୍ତରଣର ଗୋଟିଏ ସପ୍ତାହ ମଧ୍ୟରେ ଧାଡ଼ି ଦର୍ଶନ ନେଇ ପ୍ରକ୍ରିୟା ଆରମ୍ଭ ହେବ । ପରିଚାଳନା କମିଟି ପ୍ରଥମ ବୈଠକର ୪ରୁ ୫ ଦିନ ମଧ୍ୟରେ ଏନେଇ କାମ ଆରମ୍ଭ ହେବ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେଲେ ଭକ୍ତ ସୁରୁଖୁରୁରେ ଦର୍ଶନ କରିପାରିବେ । ବାହାର କାଠ ପାଖରେ ଆଉ ଭିଡ଼ ହେବ ନାହିଁ । ଦର୍ଶନ ପରେ ଶ୍ରଦ୍ଧାଳୁ ଫେରିବାର ପ୍ରକ୍ରିୟା ଠିକ୍ ଭାବେ କରାଯିବ ।


ଶ୍ରୀମନ୍ଦିରରେ ମହାପ୍ରସାଦ ବିକ୍ରୟ ଲାଗି ରେଟ୍ ଚାଟ୍ ଲାଗିବ । ସୁଆର ନିଯୋଗ ସହ ମନ୍ଦିର ପ୍ରଶାସନ ଏନେଇ ଆଲୋଚନା କରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ । ଏଥିସହ ଜ୍ଞାନଯଜ୍ଞ ମଣ୍ଡପ ଲାଗି ଡିପିଆର୍ ସରିଥିବା ଏବଂ ଖୁବଶୀଘ୍ର ଟେଣ୍ଡର ଡକାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Queue System to Begin at Puri Srimandir from September 15: Odisha Law Minister | Argus News | Argus News