Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri: ଦିନ ଦ୍ଵି-ପ୍ରହରରେ ପୁରୀରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Puri: ଦିନ ଦ୍ଵି-ପ୍ରହରରେ ପୁରୀରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

Key Points

ଶରଧାବାଲି ବସ୍ ଷ୍ଟାଣ୍ଡ ନିକଟରେ ବାଇକ୍‌ରେ ଖଣ୍ଡା ଧରି ଦୁର୍ବୃତ୍ତ ଆସି ଆତଙ୍କ ଖେଳାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଧାର୍ମିକ ଓ ଐତିହ୍ୟର ସହର ପୁରୀକୁ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଦୁର୍ବୃତ୍ତ ଖଣ୍ଡା ଧରି ବୁଲିବା ପୋଲିସ ପ୍ରତି ପ୍ରଶ୍ନ ଉଠାଇଛି ।

ପୁରୀ: ବାଇକ୍‌ରେ ଆସିଲେ, ଖଣ୍ଡା ଧରି ଖଜା ଝୁଡ଼ିକୁ ଫିଙ୍ଗି ଚାଲିଲେ । ସମସ୍ତଙ୍କ ଆଖି ଆଗରେ ଦିନ ଦ୍ଵି-ପ୍ରହରରେ ଶରଧାବାଲିରେ ଖଣ୍ଡା ଧରି ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ଖଜା ଦୋକାନରେ ଝୁଡ଼ି ଝୁଡ଼ି ଖଜା ଫିଙ୍ଗିଛନ୍ତି । ସୋସିଆଲ୍ ମିଡିଆରେ ଦୁର୍ବୃତ୍ତ ଖଣ୍ଡା ଧରି ବାଇକ୍‌ରେ ଆସିଥିବା ଭିଡିଓ ଭାଇରାଲ୍ ହୋଇଛି । ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


ସୂଚନା ଅନୁସାରେ, ସକାଳେ ଆଖଣ୍ଡଳମଣି ମନ୍ଦିରରେ ଗଣେଶ ପୂଜା ପୁଷ୍ପାଞ୍ଜଳିକୁ ନେଇ ଖଜା ଦୋକାନୀ ସୌମ୍ୟରଞ୍ଜନ ପାତ୍ରଙ୍କ ସାନ ଭାଇଙ୍କ ସହ ୩ ଜଣଙ୍କ ଝଗଡ଼ା ହୋଇଥିଲା । ଆଉ ଏହାପରେ ମଧ୍ୟାହ୍ନରେ ସେହି ୩ ଦୁର୍ବୃତ୍ତ ସୌମ୍ୟଙ୍କ ଦୋକାନକୁ ଆସି ସାନଭାଇକୁ ଖୋଜିଥିଲେ । ଆଉ ସେ ଓ ତାଙ୍କ ସାନ ଭାଇ ଦୋକାନରେ ନ ଖିବା ବେଳେ ୩ ଦୁର୍ବୃତ୍ତ ଖଜା ଝୁଡ଼ି ଫିଙ୍ଗିବା ସହ ଡ୍ରରୁ ଟଙ୍କା ନେଇ ଯାଇଛନ୍ତି ।


ତେବେ ବଡ଼ଦାଣ୍ଡ ଶରଧାବାଲି ବସ୍ ଷ୍ଟାଣ୍ଡ ନିକଟରେ ବାଇକ୍‌ରେ ଖଣ୍ଡା ଧରି ଦୁର୍ବୃତ୍ତ ଆସି ଆତଙ୍କ ଖେଳାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଧାର୍ମିକ ଓ ଐତିହ୍ୟର ସହର ପୁରୀକୁ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଦୁର୍ବୃତ୍ତ ଖଣ୍ଡା ଧରି ବୁଲିବା ପୋଲିସ ପ୍ରତି ପ୍ରଶ୍ନ ଉଠାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏ ଘଟଣାରେ ଶାଶ୍ୱତ ମହାନ୍ତି, ସମ୍ବିତ ମହାନ୍ତି ଓ ବିଷ୍ଣୁ ଏହି ତିନି ଜଣଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି ଖଜା ଦୋକାନୀ । କୁମ୍ଭାରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ମୋବାଇଲ୍‌ରେ ସୁଟ୍ ହୋଇଥିବା ଭିଡିଓକୁ ନେଇ ପୋଲିସ ଆରମ୍ଭ କରିଛି ତଦନ୍ତ । ଏ ପର୍ଯ୍ୟନ୍ତ ଜଣେ ବି ଦୁର୍ବୃତ୍ତ ଧରାପଡ଼ି ନାହାନ୍ତି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Puri: Armed Men on Bike Attack Sweet Shop with Sword in Broad Daylight | Argus News | Argus News