Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଆଙ୍କର ଭାଗାବେଗ ସମ୍ମାନ ଦେଇଛି ଭାରତୀୟ ଜନତା ପାର୍ଟି

Smruti Parija
Browse all articles by Smruti Parija
·2 years ago·2 min read
ଓଡ଼ିଆଙ୍କର ଭାଗାବେଗ ସମ୍ମାନ ଦେଇଛି ଭାରତୀୟ ଜନତା ପାର୍ଟି

Key Points

  • ସଂକଳ୍ପ ପତ୍ରରେ ଶ୍ରୀମନ୍ଦିର
  • ବିଜେପି ସରକାର କଲେ ଖୋଲିବ ରତ୍ନଭଣ୍ଡାର
  • ୪ ଦ୍ଵାର ଦେଇ ଭକ୍ତ ଯିବେ, ଜଗାର ସାନିଧ୍ୟ ପାଇବେ

ଅର୍ଗସ ବ୍ୟୁରୋ: ସାଢେ ଚାରିକୋଟି ଓଡ଼ିଆଙ୍କର ଭାଗାବେଗ ସମ୍ମାନ ଦେଇଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ଲଢେଇ ପୂର୍ବରୁ ନିଜର ସଂକଳ୍ପ ପତ୍ରରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସର୍ବାଗ୍ରେ ରଖିଥିବାରୁ ଖୁସିରେ ଗଦଗଦ ହେଲେଣି ସାଢେ ଚାରିକୋଟି ଓଡ଼ିଆ । କାରଣ ରଥଯାତ୍ରାଠୁ ଆରମ୍ଭ କରି ରତ୍ନଭଣ୍ଡାର ଯାଏଁ ଯେମିତି ଗଣ୍ଡଗୋଳିଆ କରି ରଖିଛି ବିଜେଡି ସରକାର ତାହା ଆଉ ବେଶୀ ଦିନ ରହିବନି ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି ।

ସରକାର ଗଠନ ହେବା ମାତ୍ରେ ଶ୍ରୀମନ୍ଦିରକୁ କେମିତି ଭକ୍ତଙ୍କ ପ୍ରବେଶ ଶୃଙ୍ଖଳିତ ହେବ, କେମିତି ରତ୍ନଭଣ୍ଡାର ଖୋଲିବ ସେନେଇ ଗୋଟି ଗୋଟି କରି କହିଛି ବିଜେପି । ତାହା ପୁଣି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ । ସେଇଥି ଲାଗି ତ ସଂକଳ୍ପ ପତ୍ରକୁ ନେଇ ଜୋରଦାର ଚର୍ଚ୍ଚା । ଖାଲି ଶ୍ରୀମନ୍ଦିର ନୁହେଁ ବରଂ ମହିଳା, ଚାଷୀ, ବେକାରୀ ସବୁ ବର୍ଗର ସାମନ୍ତରାଳ ଭାବରେ ଉନ୍ନତି କରିବାକୁ ମାଷ୍ଟର ପ୍ଲାନ କରିଛି ବିଜେପି । 

ଜଗନ୍ନାଥ ସଂସ୍କୃତି ସହ ସମ୍ପୂର୍ଣ୍ଣ ଓଡିଶା ଯୋଡି ହୋଇ ରହିଛି । ସମସ୍ତ ହିନ୍ଦୁଙ୍କ ଆସ୍ଥା ହେଉଛନ୍ତି ଜଗନ୍ନାଥ । ସଂସ୍କୃତି , ପରମ୍ପରାର ଯଦି କେଉଁଠି ବେଶୀ କ୍ଷତି ବା ଅପମାନ ହୋଇଛି ତେବେ 24 ବର୍ଷର ଏହି ସ୍ଥିର ସରକାର ସମୟରେ । ଦାରୁ ବିଭ୍ରାଟ, ବ୍ରହ୍ମ ବିଭ୍ରାଟ ଭଳି ବିବାଦ ଏହି ସରକାରରେ ହୋଇଛି । ରତ୍ନଭଣ୍ଡାର ଖୋଲିବା ନେଇ ବାରମ୍ବାର ଦାବି ହୋଇଛି । 

ଯଦି ବିଜେପି ସରକାର ଆସିବ ତେବେ ରତ୍ନ ଭଣ୍ଡାର ଖୋଲାଯିବ । ହଜିଥିବା ଚାବିର ତଦନ୍ତ ହେବ । ଖାଲି ଏତିକି ନୁହେଁ ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ । କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ । ଚାରି ଦୁଆର ଖୋଲାଯିବ । ଶ୍ରୀମନ୍ଦିର ପ୍ରସଙ୍ଗରେ ସଂପଳ୍ପ ପତ୍ରରେ ବଡ଼ ଘୋଷଣା କରିଛି ବିଜେପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ନଡ୍ଡା । ଓଡିଶା ଜଗନ୍ନାଥଙ୍କ ଭରସାରେ ଚାଲିଛି ।  ବିଜେପି ଯେବେ ସରକାରକୁ ଆସିବ, ଇସ୍ତାହାର କ୍ୟାବିନେଟ କମିଟି ଗଠନ କରି ସବୁ ପ୍ରତିଶ୍ରୁତି ପୁରଣ କରିବ । ଦୁର୍ନୀତି ସମାପ୍ତ ହେବ । ଦୁର୍ନୀତି ପାଇଁ ଜିରୋ ଟଲରେଟ ନୀତି କରିବ ବିଜେପି । ସରକାରକୁ ଆସିଲେ ଚିଟପଣ୍ଡ୍ ଟଙ୍କା ଫେରସ୍ତ କରାଯିବ ।

 

Sponsored
puri-temple-in-bjp-menifesto | Argus News