ଶ୍ରୀମନ୍ଦିରରେ ନିଯୁକ୍ତି ପ୍ରକ୍ରିୟା ନେଇ ବଡ ଖବର

ପୁରୀ: ଶ୍ରୀମନ୍ଦିରରେ ନିଯୁକ୍ତି ପ୍ରକ୍ରିୟା ନେଇ ବଡ ଖବର । ଶ୍ରୀମନ୍ଦିର ପ୍ରଶାସନ ଠାରୁ ନିଯୁକ୍ତି ପ୍ରକ୍ରିୟା ଦାୟିତ୍ଵ ଅପସାରଣ ସହ ସରକାରୀ ସ୍ଵୀକୃତି ପ୍ରାପ୍ତ ନିଯୁକ୍ତି ଏଜେନ୍ସି ମାଧ୍ୟମରେ ପ୍ରକ୍ରିୟା । ନୂଆ ଗାଇଡ ଲାଇନ୍ ସହ ହେବ ନିଯୁକ୍ତି ପ୍ରକ୍ରିୟା । ପ୍ରସ୍ତୁତ ହେବ ନୂଆ ନିଯୁକ୍ତି ନିୟମାବଳୀ । ପୂରଣ ହେବ ଖାଲିଥିବା ଏକାଧିକ କିରାଣୀ ଓ ଜେଟିପି ପଦବୀ ।
ରତ୍ନଭଣ୍ଡାର ମରାମତି ପାଇଁ ଦୁଇଟି ଏସଓପି ସହ ଟେକ୍ନୋଲୋଜି ଉପରେ ଗୁରୁତ୍ବ
ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ବ । ସରକାରୀ ସ୍ଵୀକୃତି ପ୍ରାପ୍ତ ନିଯୁକ୍ତି ଏଜେନ୍ସି କରିବ ନିଯୁକ୍ତି ପ୍ରକ୍ରିୟା । ଶ୍ରୀମନ୍ଦିର ପରିଚାଳନା କମିଟିରେ ଶ୍ରୀମନ୍ଦିରରେ ନିଯୁକ୍ତିକୁ ନେଇ ବଡ ନିଷ୍ପତ୍ତି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଥବା ଓଡ଼ିଶା ସବ୍ ଅର୍ଡିନେଟ ଷ୍ଟାଫ ସିଲେକ୍ସନ୍ କମିଶନ ମାଧ୍ୟମରେ ହେବ ନିଯୁକ୍ତି ।
📱 Get Argus News App
✨ପୂର୍ବରୁ ନିଜେ ଶ୍ରୀମନ୍ଦିର ପ୍ରଶାସନ ହାତରେ ଥିଲା ନିଯୁକ୍ତି ଦାୟିତ୍ଵ । ଶ୍ରୀମନ୍ଦିରରେ କିରାଣୀ ଓ ଜେଟିପି ନିଯୁକ୍ତି ପାଇଁ ପଦବୀ ସୃଷ୍ଟି ହୋଇଛି । ତାହା ପୂରଣ ହୋଇ ପାରିନାହିଁ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ପ୍ରସ୍ତାବ ଉପରେ ଆଲୋଚନା ହୋଇ ଏନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।
ନିଷ୍ପତ୍ତି ଅନୁଯାୟୀ ସରକାରୀ ସ୍ଵୀକୃତିପ୍ରାପ୍ତ ଏଜେନ୍ସି ମାଧ୍ୟମରେ ପ୍ରକ୍ରିୟାକରଣ କରିବାକୁ ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନିଷ୍ପତ୍ତି ଉପରେ ସରକାରଙ୍କ ମୋହର ବାଜିଲେ ଖୁବ୍ ଶୀଘ୍ର ପୂରଣ ହେବ ଖାଲି ଥିବା ପଦବୀ ।