Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ସମୁଦ୍ରରେ ବୁଡ଼ିଯିବାବେଳେ ପର୍ଯ୍ୟଟକଙ୍କୁ ଉଦ୍ଧାର

Ritu Das
Browse all articles by Ritu Das
·10 months ago·1 min read
ପୁରୀ ସମୁଦ୍ରରେ ବୁଡ଼ିଯିବାବେଳେ ପର୍ଯ୍ୟଟକଙ୍କୁ ଉଦ୍ଧାର

Key Points

ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ବୁଡ଼ି ଗଲେ ପର୍ଯ୍ୟଟକ।

ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ବୁଡ଼ି ଗଲେ ପର୍ଯ୍ୟଟକ। ପୁରୀ ସମୁଦ୍ର କୂଳର ସେକ୍ଟର ୯ ରେ ଘଟିଛି ଏଭଳି ଘଟଣା। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି କେଉଁଝର ଅଞ୍ଚଳର ବିକାଶ ନାୟକ। ଲାଇଫ ଗାର୍ଡ ମାନେ ବିକାଶ ଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ।


ତେବେ ଆଜି ସକାଳେ ବିକାଶ ସମୁଦ୍ର କୂଳ ସେକ୍ଟର ୯ ରେ ସ୍ନାନ କରୁଥିଲେ। ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡି ବିକାଶ ଗଭୀର ସମୁଦ୍ରରେ ଭାସି ଯାଇଥିଲେ। ଲାଇଫ ଗାର୍ଡଙ୍କ ଏଭଳି କାର୍ଯ୍ୟ ବେଶ୍ ପ୍ରଶଂସନୀୟ ହୋଇଥିବା ବେଳେ ମରଣ ମୁହଁରୁ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଥିବାରୁ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ ଲାଇଫ ଗାର୍ଡ ଙ୍କୁ ବେଶ୍ ପ୍ରଶଂସା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tourist Rescued from Drowning in Puri Sea | Argus News | Argus News