land reform / ଏଣିକି ପାରମ୍ପରିକ ପଟ୍ଟା ବଦଳରେ ମିଳିବ ଇଲେକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟା
·5 months ago·2 min read

Key Points
ସାବାଡ଼ ହେବେ ଜମି ଦଲାଲ
ପାରମ୍ପରିକ ପଟ୍ଟା ବଦଳିବ
ହିତାଧିକାରୀଙ୍କୁ ମିଳିବ କ୍ୟୁଆର କୋର୍ଡ ପଟ୍ଟା
କ୍ୟୁଆର କୋଡ୍ରେ ସ୍କାନ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ

ଭୁବନେଶ୍ବର: ପଟ୍ଟାରେ ଥିବା କ୍ୟୁଆର କୋଡ୍ରେ ସ୍କାନ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ୍ ଲାଗିବ । "ଠକାମୀ ଉପାୟରେ ଜମି କିଣାବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ ଆରଆଇଙ୍କ ପାଖକୁ ଯିବ ଖବର ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି"
ରାଜ୍ୟରେ ଜମି କିଣାବିକା ଏବଂ ମାଲିକାନା ସତ୍ତ୍ଵକୁ ନେଇ ଚାଲିଥିବା ଠକେଇ ଓ ଦ୍ଵନ୍ଦ୍ୱର ଅନ୍ତ ଘଟିବାକୁ ଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏବେ ଏକ ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ ହେଉଛି। ଏଣିକି ପାରମ୍ପରିକ ପଟ୍ଟା ବଦଳରେ ହିତାଧିକାରୀଙ୍କୁ ମିଳିବ ଇଲେକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର (QR) କୋର୍ଡ ପଟ୍ଟା। ଏହି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଜମି ଜମା କାରବାର ସମ୍ପୂର୍ଣ୍ଣ ସ୍ଵଚ୍ଛ ଓ ସୁରକ୍ଷିତ ହେବ ବୋଲି ଆଶା କରାଯାଉଛି।
ନୂଆ ପଟ୍ଟାରେ ଏକ ସ୍ୱତନ୍ତ୍ର କ୍ୟୁଆର କୋର୍ଡ ରହିବ। ଏହାକୁ ସ୍କାନ କରିବା ମାତ୍ରେ ସମ୍ପୃକ୍ତ ଜମିର ସମ୍ପୂର୍ଣ୍ଣ ଇତିହାସ, ପୂର୍ବ ମାଲିକଙ୍କ ବିବରଣୀ ଏବଂ ବର୍ତ୍ତମାନର ସ୍ଥିତି ସ୍ପଷ୍ଟ ଜଣାପଡ଼ିବ। ଏହାଦ୍ୱାରା ଜଣେ ବ୍ୟକ୍ତି ଗୋଟିଏ ଜମିକୁ ମିଛ କହି ଏକାଧିକ ଲୋକଙ୍କୁ ବିକ୍ରି କରିବା ବା ଜାଲ୍ କାଗଜପତ୍ର ଦେଖାଇବା ସମ୍ଭବ ହେବନାହିଁ।
ଯଦି କୌଣସି ବ୍ୟକ୍ତି ଠକାମୀ ଉପାୟରେ ଜମି କିଣାବିକା କରିବାକୁ ଚେଷ୍ଟା କରନ୍ତି, ତେବେ ଏହି ସ୍ମାର୍ଟ ବ୍ୟବସ୍ଥା ଜରିଆରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକ (RI) ଙ୍କ ନିକଟକୁ ସତର୍କ ସୂଚନା ବା ଆଲର୍ଟ ଚାଲିଯିବ। ଫଳରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେବ। ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ସବୁ ମହଲରେ ସ୍ଵାଗତ କରାଯାଇଛି। ସାଧାରଣ ହିତାଧିକାରୀମାନେ ଅନେକ ଆଇନଗତ ସମସ୍ୟା ଓ କୋର୍ଟ କଚେରୀ ମାମଲାରୁ ମୁକ୍ତି ପାଇବେ। ଦଲାଲରାଜ୍ ହଟାଇବା ଏବଂ ସାଧାରଣ ଲୋକଙ୍କ କଷ୍ଟଅର୍ଜିତ ଧନକୁ ସୁରକ୍ଷିତ ରଖିବାରେ ଏହି ବ୍ୟବସ୍ଥା ଏକ ମାଇଲଖୁଣ୍ଟ ସଦୃଶ ହେବ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାଧାରଣରେ ଧନ୍ୟବାଦ ଜଣାଯାଇଛି।
ସେପଟେ ପୁରୀରେ ଆକ୍ସନ ମୁଡରେ ରାଜସ୍ବ ବିଭାଗ! ଦଲାଲ ଓ ମଧ୍ୟସ୍ଥିଙ୍କ ବିରୋଧରେ ଥାନାରେ ହେଲା ଅଭିଯୋଗ। ରାଜସ୍ବ ବିଭାଗରୁ ଦଲାଲ ମୁକ୍ତପାଇଁ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ବ୍ରହ୍ମଗିରି ତହସିଲକୁ କରିଥିଲେ ତାଗିଦ୍। ଏହାପରେ ଦଲାଲ ମୁକ୍ତ ପାଇଁ ଅଣ୍ଟାଭିଡିଥିଲା ରାଜସ୍ବ ବିଭାଗ। ପ୍ରଥମ ପର୍ଯ୍ୟାୟରେ ୫ଜଣଙ୍କ ନାମରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବ୍ରହ୍ମଗିରି ତହସିଲଦାର। ଏବେ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟରେ ଲାଗିଛି ଦଲାଲ ମୁକ୍ତ ନୋଟିସ୍। ଯେଉଁ ମାନେ ଅଫିସରଙ୍କ କାର୍ଯ୍ୟରେ ଚାପ ସୃଷ୍ଟି କରିବେ , ଲୋକଙ୍କ ଠାରୁ ଟଙ୍କା ନେଇ କାମ କରାଇଦେବି କହୁଥିବେ ସେମାନଙ୍କ ବିରୁଦ୍ଧରେ ଏଫଆଇଆର ହେବ ବୋଲି ନୋଟିସ ଜାରି କରିଛନ୍ତି ତହସିଲଦାର।
ଏଥିସହ ପଢ଼ନ୍ତୁ: ଜମି କାମ ପାଇଁ ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ; ହ୍ଵାଟ୍ସଆପ୍ରେ ମିଳିବ ୨୪ ଘଣ୍ଟିଆ ସେବା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories