ଭତ୍ତା ନେଇଥିବା ଭେଣ୍ଡିଆଙ୍କ ମଧ୍ୟରେ ଛନକା

Key Points
ଭତ୍ତା ହାତେଇଥିବା ଭେଣ୍ଡିଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଆକ୍ସନ ମୁ଼ଡରେ କେନ୍ଦ୍ରାପଡା ପ୍ରଶାସନ
ଭତ୍ତା ନେଇଥିବା ଭେଣ୍ଡିଆଙ୍କ ମଧ୍ୟରେ ଛନକା
ଆଳିରେ ହୋଇଥିବା ବଡ କେଳେଙ୍କାରୀର ଗୁମର ଖୋଲିଥିଲା ଅର୍ଗସ
ଚର୍ଚ୍ଚାକୁ ଆସିଥିଲେ ସାନବାବୁ ପ୍ରତାପ ଦେବ
ଅଭିଯୋଗ, ପ୍ରତାପଙ୍କ ପାୱାରରେ ବଣ୍ଟାଯାଇଥିଲା ଭେଣ୍ଡିଆଙ୍କୁ ଭତ୍ତା
ବାର୍ଦ୍ଦକ୍ୟଙ୍କ ଭତ୍ତା ନେଇ ଏବେ ଅଡୁଆରେ ଶହଶହ ଯୁବକ
ଭେଣ୍ଡିଆଙ୍କୁ ବାର୍ଦ୍ଦକ୍ୟ ଭତ୍ତା ଦେଇ ବିବାଦକୁ ଆସିଥିଲା କେନ୍ଦ୍ରାପଡା ପ୍ରଶାସନ । ଆଳି ନିର୍ବାଚନ ମଣ୍ଡଳୀରେ ଶହଶହ ଯୁବକ ହାତେଇଥିଲେ ଭତ୍ତା । ଭତ୍ତା ବାଣ୍ଟି ବିବାଦକୁ ଆସିଥିଲେ ସେତେବେଳର ବିଜେଡି ସରକାର । ଆଉ ଏହି ଘଟଣା ପରେ ପ୍ରଶାସନ ମାତ୍ର ୧୨ ଜଣଙ୍କ ବିରୋଧରେ ଆକ୍ସନ ନେଇ ଚୁପ୍ ହୋଇ ବସିଥିଲା । ଆଉ ଏନେଇ ଖବର ପ୍ରସାରଣ ପରେ ଆକ୍ସନ ମୁ଼ଡକୁ ଆସିଛି ପ୍ରଶାସନ । ଆଉ ଜିଲ୍ଲା ପ୍ରଶାସନ କହିଛି ଖୁବଶୀଘ୍ର ଦୁର୍ନୀତିକାରୀଙ୍କ ବିରୋଧରେ ନିଆଯିବ ଆକ୍ସନ ।
କେନ୍ଦ୍ରାପଡାର ଚର୍ଚ୍ଚିତ ଆଳି ନିର୍ବାଚନ ମଣ୍ଡଳୀ । ବିଜେଡି ସରକାର ସମୟରେ ଆଳିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବଙ୍କ ୨୦୦ରୁ ଉର୍ଦ୍ଧ ଭେଣ୍ଡିଆ କର୍ମୀ ମାନେ ହାତେଇ ନେଇଥିଲେ ବାର୍ଦ୍ଧକ୍ୟ ଭତ୍ତା । ଯାହାକୁ ନେଇ ସୂଚନା ଅଧିକାର ଆଇନ ବଳରେ ଖୁଲାସା କରିଥିଲେ ଆଳିର ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା । ଏ ଖବର ଲୋକଲୋଚନକୁ ଆସିବା ପରେ ପ୍ରଶାସନ ପକ୍ଷରୁ 12ଜଣ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ନେଇଥିଲା ଆକ୍ସନ ।
କିନ୍ତୁ ଅନ୍ୟ ଅଯୋଗ୍ୟଙ୍କୁ କାହିଁକି ଘଣ୍ଟ ଘୋଡାଇ ଥିଲେ ଆଳି ଓ କନିକାର ବିଡ଼ିଓ ଏହାକୁ ନେଇ ସାଧାରଣରେ ଉଠିଥିଲା ପ୍ରଶ୍ନ । ଆଳିର ଅର୍ଗଳ , ଦେମାଳ , ମାନପୁର ଓ କନିକାର ନୂଆପଡା ଆଦି ପଂଚାୟତରେ ଭତ୍ତାର ବ୍ୟାପକ ଅନିୟମିତତା ହୋଇଥିଲା । ତେବେ ଏହି ସବୁ ପଂଚାୟତର ବିଜେଡି ସରପଞ୍ଚ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ମୋଟା ଅଙ୍କର ହାତଗୁଂଜା ନେଇ ଦୃନୀତିକୁ ପ୍ରଶୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ର୍ଦୁନୀତିକୁ ତଦନ୍ତ କରିବା ପାଇଁ ନିର୍ଦେଶ ଦିଆଯାଇଛି ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏଡିଏମ ନିଲୁ ମହାପାତ୍ର ।
📱 Get Argus News App
✨ଆଳି ନିର୍ବାଚନ ମଣ୍ଡଳୀରେ ବାର୍ଦ୍ଧକ୍ୟ ଭତ୍ତା କୁ ନେଇ ଅସନ୍ତୋଷ ଉଗ୍ର ରୂପ ନେଉଛି । ଏହି ସବୁ ଦୁର୍ନୀତିର ସର୍ଦାର ଖୋଦ ଆଳିର ବିଧାୟକ ତଥା ସାନବାବୁ ପ୍ରତାପ ଦେବ ବୋଲି କହିଛନ୍ତି ଆଳିର ସାଧାରଣ ଜନତା । ବିଭିନ୍ନ ପଂଚାୟତରେ ବିକାଶ ମୂଳକ କାର୍ଯ୍ୟ ହେଉନଥିବା ବେଳେ ଅନେକ ପଂଚାୟତ କାର୍ଯ୍ୟାଳୟରେ ବର୍ଷ ବର୍ଷ ହେବ ତାଲା ଝୁଲୁଛି । ଏପରିକି ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ସଭାକୁ ଡକା ନଯାଇ ଜାଲ ଦସ୍ତଖତରେ ମିଥ୍ୟା ବିଲ କରି ବିଜେଡି ସରପଞ୍ଚ ମାନେ ମାଲେମାଲ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଳିର ମହିଳା ଗୋଷ୍ଠୀର ସଦସ୍ୟା ମାନେ ।
ବର୍ତମାନ ସରକାର ବଦଳିଛି । ବିଜେପି ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦୃନୀତି କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଆଳି ବାସୀ । ଭତ୍ତା ହାତେଇଥିବା ଭେଣ୍ଡିଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୁ଼ଡରେ କେନ୍ଦ୍ରାପଡା ପ୍ରଶାସନ...ଏହାକୁ ନେଇ ଭତ୍ତା ନେଇଥିବା ଭେଣ୍ଡିଆଙ୍କ ମଧ୍ୟରେ ପସିଛି ଛନକା
