Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫୪ କୋଟି ଖର୍ଚ୍ଚ କରିବା ପରେ ବି ହାରିଲା ବିଜେଡି !

Odisha

୫୪ କୋଟି ଖର୍ଚ୍ଚ କରିବା ପରେ ବି ହାରିଲା ବିଜେଡି !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
୫୪ କୋଟି ଖର୍ଚ୍ଚ କରିବା ପରେ ବି ହାରିଲା ବିଜେଡି !

Key Points

  • ବିଧାୟକ ପ୍ରାର୍ଥୀ ନେଇଥିଲେ ୩୦ ଲକ୍ଷ, ସାଂସଦ ପ୍ରାର୍ଥୀ ନେଇଥିଲେ ୫୦ ଲକ୍ଷ
  • ଏତେ ଖର୍ଚ୍ଚ ପରେ ବି କାହିଁକି ହାରିଲା ବିଜେଡି ?
  • କେବଳ ନବୀନ ଖର୍ଚ୍ଚ କରିଥିଲେ ୬୦ ଲକ୍ଷ !

ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳାଫଳ ବାହାରିବାକୁ ଏହାରି ଭିତରେ ୨ ମାସ ଗଲାଣି । ସରକାର ବଦଳିଲା, ବିରୋଧୀ ଦଳରେ ବିଜେଡି ବସିଲା । ହେଲେ ବି ବିଜେଡିକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଥିବାରୁ ଏବେ ଚର୍ଚ୍ଚା ବଢିଲାଣି । କୁହାଯାଉଛି,  ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରିଛି ଦଳ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । ଯଦିଓ ଲୋକସଭାରେ ବିଜେଡିର ସାଂସଦ ସଂଖ୍ୟା ଜିରୋ, ହେଲେ ଦଳ ପ୍ରତି ଲୋକସଭା ପ୍ରାର୍ଥୀଙ୍କୁ ଦେଇଥିଲା ୫୦ ଲକ୍ଷ ଟଙ୍କା । ଆଉ ପ୍ରତି ବିଧାନସଭା ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦେଇଥିଲା ବିଜେଡି । 

ତଥ୍ୟ କହୁଛି, ପୂର୍ବ ନିର୍ବାଚନରେ ବିଜେଡି ମୋଟ୍‌ ୫୪ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ନିର୍ବାଚନ ବେଳେ RTGS ମାଧ୍ୟମରେ ଦଳୀୟ ପାଣ୍ଠିରୁ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କୋଷାଧ୍ୟକ୍ଷ ସୁବାସ ସିଂ । କିନ୍ତୁ ପ୍ରଚାର ପରିଚାଳନାରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି ସେନେଇ କୌଣସି ତଥ୍ୟ ନାହିଁ । 

ନିର୍ବାଚନରେ ଜିତିବାକୁ କିଏ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସର ଖର୍ଚ୍ଚ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । କାରଣ କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରୁ ସାମ୍ନାକୁ ଆସିଛି ଚକିତ କଲା ଭଳି ସୂଚନା। ଦଳ କହିଛି , ଓଡ଼ିଶାରେ କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଦେଇନି ଦଳ । କୋଷାଧ୍ୟକ୍ଷ ଆଜୟ ମାକେନ୍ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଦଳ ରାଜ୍ୟରେ ୧୪୫ ବିଧାନସଭା ଓ ୨୦ ଲୋକସଭା ସିଟ୍‌ରେ ପ୍ରାର୍ଥୀ ଦେଇଥିଲେ ବି କାହାକୁ ବି ଟଙ୍କା ଟିଏ ଦେଇନାହିଁ । ଏହାସହ ରାଜ୍ୟରେ ନିର୍ବାଚନରେ ଭାଗ ନେଇଥିବା ଅନ୍ୟ ଦଳ ମଧ୍ୟରେ ଆପ୍, BSP, CPIML ପାର୍ଟି ମଧ୍ୟ ଟଙ୍କାଟିଏ ବି ଖର୍ଚ୍ଚ କରିନ ନଥିବା ବେଳେ ସମାଜବାଦୀ ପାର୍ଟି ଖର୍ଚ୍ଚ କରିଛି ୨୯ ଲକ୍ଷ ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡି ସରକାରୀ ଦଳରେ ଥିବା ବେଳେ ପୁଣି କେମିତି ସରକାର କରିବ ସେନେଇ ମାଷ୍ଟର ପ୍ଲାନ କରିଥିଲା । ଖାଲି ମାଷ୍ଟର ପ୍ଲାନ କରିଥିଲା ତାହା ନୁହେଁ ବରଂ ସରକାରୀ କଳକୁ ବି ଲଗାଇଥିଲେ । କିନ୍ତୁ ଏହା ପରେ ବି ଯେଉଁପରି ଭାବରେ ଦଳ ହାରିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ଏତେ ଟଙ୍କା ଖର୍ଚ୍ଚ କରି ବି ହାରିବାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସ୍ପଷ୍ଟ କରୁଛୁ କି, ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।
 

Education Next Season 5
Sponsored
Odisha Elections | Argus News