Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରୀମନ୍ଦିର ଜଗିବ AI !

Odisha

ଶ୍ରୀମନ୍ଦିର ଜଗିବ AI !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଶ୍ରୀମନ୍ଦିର ଜଗିବ AI  !

Key Points

  • ଶ୍ରୀକ୍ଷେତ୍ରକୁ ଜଗିବ ସିସିଟିଭି
  • ୪ ଦ୍ଵାର ସହିତ ପୁରା ସହରକୁ ରଖାଯିବ ନଜର
  • ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣକୁ ଦିଆଯାଉଛି ଗୁରୁତ୍ଵ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ବଡ଼ ପ୍ଲାନ କରାଯାଉଛି । କେମିତି ଶାନ୍ତିଶୃଙ୍ଖଳାର ସହିତ ଶ୍ରୀଜିଉଙ୍କ ଦର୍ଶନ କରି ସାନିଧ୍ୟ ନେବେ ଭକ୍ତ ସେନେଇ ବି ଯୋଜନା ହେଉଛି । ଅନେକ ସମୟରେ ଭକ୍ତଙ୍କର ପକେଟ୍‌ ମାର, ଅଭଦ୍ରାମୀ ଆଦି ଅଭିଯୋଗ ଆସିଥାଏ । ତେଣୁ ଆଗାମୀ ଦିନରେ କେମିତି ବ୍ୟବସ୍ଥା ସୁଧରାଯାଇପାରିବ ସେନେଇ ବି ପରିଚାଳନା କମିଟିରେ ଆଲୋଚନା ହୋଇଛି । ଖାସ୍‌ କରି ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉତ୍ତରଦ୍ୱାର, ପୂର୍ବଦ୍ୱାର, ଦକ୍ଷିଣଦ୍ୱାର ଓ ପଶ୍ଚିମଦ୍ୱାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟ କରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ଯାହାଦ୍ଵାରା ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ଵ । 

ଶ୍ରୀମନ୍ଦିରକୁ ନେଇ  ସବୁବେଳେ ଚିନ୍ତିତ ରାଜ୍ୟ ସରକାର । କେମିତି ବ୍ୟବସ୍ଥା ଠିକ୍‌ରେ ପରିଚାଳନା ହେବ ସେନେଇ ବି ଗୁରୁତ୍ଵ ଦିଆଯାଉଛି । କୁହାଯାଉଛି କି, ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା'ଠାରୁ ଅଧିକ କ୍ରିୟାଶୀଳ ହେବ ସିସିଟିଭି କ୍ୟାମେରା । ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସିସିଟିଭି ବଳୟ ଭିତରେ ରଖାଯାଉ ବୋଲି ଦାବି ଜୋର୍ ଧରିଛି । 

ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ । ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ହୋଇପାରିବ । ସେପଟେ, ମୋବାଇଲ୍ ଫୋନ୍ ଚିହ୍ନଟ କରିପାରୁଥିବା AI ଜ୍ଞାନକୌଶଳ ଯୁକ୍ତ କ୍ୟାମେରା ମଧ୍ୟ ଶ୍ରୀମନ୍ଦିରରେ ଲଗାଯାଇପାରିବ, ସେଥିପ୍ରତି ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ବୋଲି କହିଛନ୍ତି ସେବାୟତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀଜିଉଙ୍କ ଦର୍ଶନ କରିବା ଲାଗି ଲକ୍ଷଲକ୍ଷ ଭକ୍ତ ନିଇତି ଶ୍ରୀକ୍ଷେତ୍ରରେ ଗସ୍ତରେ ଆସନ୍ତି । ସମସ୍ତଙ୍କ ମନରେ ଗୋଟିଏ ଅଭିଳାଷା ଥାଏ କେମିତି ରତ୍ନସିଂହାସନରେ ମହାବାହୁଙ୍କ ଦର୍ଶନ କରିବେ ଏବଂ ଆନନ୍ଦବଜାରରେ ବସି ମହାପ୍ରସାଦ ପାଇବେ । ହେଲେ ଅନେକ ସମୟରେ ଅଭିଯୋଗ ହୋଇଛି କି ଭକ୍ତଙ୍କୁ ବାସୀ ଭୋଗ ଦେଇ ଠକୁଛନ୍ତି ଅସାଧୁ ବେପାରୀ । ଯଦି କିଏ ଏହାକୁ କିଏ ବିରୋଧ କଲା କଥା ସରିଲା । କିଏ କାହାକୁ ନାଲିଆଖି ଦେଖାଇଲାଣି ତ ଆଉ କିଏ କର୍ଲର ଧରିଲାଣି । ତେଣୁ ଯେଉଁ ଗଣ୍ଡାଏ ମିଳିଲା ତାହାକୁ ଖାଇ ଭକ୍ତ ଫେରିଆସେ । ହେଲେ ଏବେ ସେମିତି ହେବନି । କାରଣ କେମିତି ଭଲରେ ଭକ୍ତ ଅବଢା ପାଇବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା ।  ଏହାରି ଭିତରେ ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଶୃଙ୍ଖଳିତ କରିବାକୁ ନିଯୁକ୍ତ ହୋଇଛନ୍ତି ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ । ସେମାନେ ବିଶୃଙ୍ଖଳାକାରୀଙ୍କୁ ଜଗିବା ସହ ଚୋରି ଓ ପକେଟମାରଙ୍କ ଉପରେ ବି ନଜର ରଖୁଛନ୍ତି  । ଆଉ ଏବେ ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସି ।
 

Sponsored
Puri Srimandir | Argus News