IAS VRS / ସ୍ଵେଚ୍ଛାକୃତ ଅବସର ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆବେଦନ, ହେଲେ କାହିଁକି ?
·1 hour ago·2 min read

Key Points
ଭିଆର୍ଏସ୍ ପାଇଁ ଆବେଦନ କଲେ ବରିଷ୍ଠ IAS ଅଫିସର୍ ଆର୍. ସନ୍ଥଗୋପାଳନ୍
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅବକାରୀ ସଚିବଙ୍କ ସ୍ବେଚ୍ଛାକୃତ ଅବସର
ଚାକିରି କାଳ ଆଉ ଦେଢ଼ ବର୍ଷ ବାକି ଥାଉଣୁ ହଠାତ୍ ନିଷ୍ପତ୍ତି
୨୦୦୧ ବ୍ୟାଚ୍ ଆଇଏଏସ୍ଙ୍କ ଆବେଦନକୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: VRS (ସ୍ଵେଚ୍ଛାକୃତ ଅବସର) ଆବେଦନ କଲେ ବରିଷ୍ଠ IAS ଅଫିସର ଆର୍. ସନ୍ଥଗୋପାଳନ୍ । ତାଙ୍କ ଚାକିରି କାର୍ଯ୍ୟକାଳ ସରିବାକୁ ଆହୁରି ଦେଢ଼ ବର୍ଷ ବାକିଥିବା ବେଳେ VRS ଆବେଦନ କରିଛନ୍ତି । ଯାହା ବ୍ୟୁରୋକ୍ରାଟମାନଙ୍କ ମଧ୍ୟରେ ଚର୍ଚ୍ଚା ସହ ଆଲୋଚ୍ୟର ବିଷୟ ହୋଇଛି ।
ରାଜ୍ୟ ପ୍ରଶାସନିକ ସେବାରୁ ପୁଣି ଜଣେ ବରିଷ୍ଠ ଆଇଏଏସ୍ ଅଫିସର ସ୍ୱେଚ୍ଛାକୃତ ଅବସର ବା VRS ପାଇଁ ଆବେଦନ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା CEO ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ୨୦୦୧ ବ୍ୟାଚ୍ର ବରିଷ୍ଠ IAS ଅଫିସର ଆର୍. ସନ୍ଥଗୋପାଳନ୍ ଆଜି VRS ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ବନ୍ଧା ହେବେ ବିଦ୍ୟାଭାରତୀ !
ନିଜର ଦୀର୍ଘ ପ୍ରଶାସନିକ କାର୍ଯ୍ୟକାଳ ମଧ୍ୟରେ ସେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କର ସେବାକାଳ ଆଉ ପ୍ରାୟ ଦେଢ଼ ବର୍ଷ ବାକି ଥିବା ବେଳେ, ହଠାତ୍ ସେ କାହିଁକି ସ୍ୱେଚ୍ଛାକୃତ ଅବସର ନେବାକୁ ନିଷ୍ପତ୍ତି ନେଲେ, ତାହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ତେବେ IAS ଅଫିସର ଆର୍. ସନ୍ଥଗୋପାଳନ୍ଙ୍କ ହଠାତ୍ ଆବେଦନକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବ୍ୟକ୍ତିଗତ କାରଣରୁ ନା ଅନ୍ୟ କାରଣରୁ IAS ଅଫିସର ଆର୍. ସନ୍ଥଗୋପାଳନ୍ ସ୍ଵେଚ୍ଛାକୃତ ଆବେଦନ କରିଛନ୍ତି ତାହା ଜଣାପଡ଼ି ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେବାଶିଷ ସିଂହ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ IAS ଅଧିକାରୀ ଦେବାଶିଷ ସିଂହଙ୍କୁ ନିଯୁକ୍ତି ମିଳିଛି । ଏବେ ଦେବାଶିଷ ସିଂହ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ।
ବ୍ରେକିଂ ଖବର... ଅପଡେଟ୍ ଜାରି ରହିଛି...

Related Topics
Explore more stories