Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Balasore Bjd collapsing / ବାଲେଶ୍ବର ବିଜେଡିରୁ ପଡ଼ିଲା ଆଉ ଏକ ଓ୍ବିକେଟ

Bikash Mohanty
Browse all articles by Bikash Mohanty
·4 months ago·2 min read
ବାଲେଶ୍ବର ବିଜେଡିରୁ ପଡ଼ିଲା ଆଉ ଏକ ଓ୍ବିକେଟ
bjd

Key Points

ଧସୁଛି ବାଲେଶ୍ବର ଜିଲ୍ଳା ବିଜେଡି ଗଡ଼
ବିଜେଡିରୁ ଇସ୍ତଫା ଦେଲେ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ 
ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ପୁର୍ବତନ ସାଂସଦ ରବିନ୍ଦ୍ର ଜେନା
ଧସୁଛି ବାଲେଶ୍ବର ଜିଲ୍ଳା ବିଜେଡି ଗଡ଼। ପୁର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଇସ୍ତଫା ପରେ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ । ଗତ 2022 ପଞ୍ଚାୟତ ନିର୍ବାଚନରେ ବସ୍ତା ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ ଅଞ୍ଜଳୀ। ବିଜେଡି ଛାତ୍ର ସଭାପତି ଶିମନ୍ ଦାସ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ବାଲେଶ୍ବର ବିଜେଡିକୁ ଲାଗିଛି ବଡ଼ ଝଟକା। ପୁର୍ବତନ ସାଂସଦ ରବିନ୍ଦ୍ର ଜେନା ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।
ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ଦଳର ପ୍ରାଥମିକତା ପଦରୁ ସେ ଇସ୍ତଫା ଦେଇଥିଲେ। ଇସ୍ତଫା ପତ୍ର ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ଦଳର ସମସ୍ତ ଦାୟିତ୍ବରୁ ତୁରନ୍ତ ଅବ୍ୟାହିତ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ। ବାଲେଶ୍ବର ବିଜେଡ଼ିର ପୂର୍ବତନ ଜିଲ୍ଲା ସଭାପତି ଥିଲେ ରବୀନ୍ଦ୍ର ଜେନା ।
ବ୍ୟବସାୟରୁ ରାଜନୀତିକୁ ଆସିଥିବା ରବୀନ୍ଦ୍ର ଜେନା ବାଲେଶ୍ବର ତଥା ଉତ୍ତର ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ। ୨୦୧୪ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ବାଲେଶ୍ବର ବିଜେଡିର ସଭାପତି ସହ ବିଭିନ୍ନ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ନଦେଇ ବିଜେପିରୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରୁଙ୍କ ପ୍ରାର୍ଥୀ କରିଥିଲା। ହେଲେ ବିଜେଡି ଏହି ଆସନରେ ପରାଜିତ ହୋଇଥିଲା। ଯଦିଓ ରବୀନ୍ଦ୍ର ଜେନାଙ୍କୁ ଦଳ ଲୋକସଭା ଟିକେଟ ଦେଇନଥିଲା କିନ୍ତୁ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକେଟରେ ବସ୍ତା ଆସନରେ ୮୩ ହଜାରରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିଲେ।


ତେବେ ନିର୍ବାଚନ ପରଠାରୁ ବିଜେଡି ସହ ରବୀନ୍ଦ୍ରଙ୍କ ଦୂରତା ବଢ଼ିଥିଲା। ଅନେକ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁ ନଥିଲା। ଜିଲ୍ଲାର ଅନେକ ବରିଷ୍ଠ ବିଜେଡି ନେତାଙ୍କ ମଧ୍ୟରେ କନ୍ଦଳ ଥିବା ନେଇ ପୂର୍ବରୁ ବାଲେଶ୍ବରରେ ଆଲୋଚନା ହେଉଥିଲା। ବାଲେଶ୍ବର ଜିଲ୍ଲା ବିଜେଡିର ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରୁଥିଲେ। ସେଥିପାଇଁ ବାଲେଶ୍ବରରେ ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ବି ମନୋନୟନ କରାଯାଇ ପାରୁ ନଥିଲା। ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ସେ ପାରିବାରିକ ସମ୍ପର୍କୀୟ।

ଏଥିସହ ପଢ଼ନ୍ତୁ:
 ବିନା ପ୍ରତିଦ୍ୱନ୍ଦ୍ୱିତାରେ ନେତା ଗଲେ ରାଜ୍ୟସଭା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balasore Bjd collapsing | Rabindra Jena Resigns from BJD | Major Political Shift in Balasore | Argus News